୬ ଦଫା ଦାବିରେ ନିର୍ମାଣ ଶ୍ରମିକ ୟୁନିୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିକ୍ଷୋଭ

ଭୁବନେଶ୍ବର : ୬ ଦଫା ଦାବି ନେଇ ବୁଧବାର ଦିନ ନିର୍ମାଣ ଶ୍ରମିକ ୟୁନିୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶ୍ରମ କମିସନର କାର୍ଯ୍ୟାଳୟ ଘେରାଉ କରାଯାଇଛି। କମିଟି ପକ୍ଷରୁ କରାଯାଇଥିବା ଦାବି ଗୁଡ଼ିକ ମଧ୍ୟରେ ଶିକ୍ଷା ସହାୟତାର ଅନଲାଇନ୍ ପ୍ରକ୍ରିୟା ଆବେଦନର ଶେଷ ତାରିଖ ଚଳିତ ମାସ ୩୧ ତାରିଖ ଧାର୍ଯ୍ୟ ହୋଇଛି। ଅନ୍‌ଲାଇନ୍ ପ୍ରକ୍ରିୟାର ତ୍ରୁଟି ଯୋଗୁଁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆବେଦନ କରିବା ସମ୍ଭବ ନୁହେଁ। ତେଣୁ ବାସ୍ତବତାକୁ ବିଚାର କରି ଏହାର ସମୟସୀମା ବୃଦ୍ଧି କରାଯାଉ। ଶିକ୍ଷା ସହାୟତା ରାଶିକୁ ରାଜ୍ୟ ସରକାରଙ୍କ ମେଧାବୃତ୍ତି ପୋର୍ଟାଲରୁ ବାଦ ଦେଇ ବୋର୍ଡ ତରଫରୁ ସ୍ବତନ୍ତ୍ର ଭାବେ ପ୍ରଦାନ କରାଯାଉ। ଅନ୍‌ଲାଇନ୍ ପ୍ରକ୍ରିୟାରେ ବିଭିନ୍ନ ସହାୟତା ରାଶି ଯଥା: ଶିକ୍ଷା, ବିବାହ, ପ୍ରସୂତିକାଳୀନ ଆବେଦନ ସଂଶୋଧନ କଲେ ଦରଖାସ୍ତ ଗ୍ରହଣ ଯୋଗ୍ୟ ହେଉଛି, ନଚେତ ହେଉନାହିଁ। ଏହାକୁ ସଂଶୋଧନ କରି ଦରଖାସ୍ତକୁ ଗ୍ରହଣ କରାଯାଇ ଓ ପରେ ବିଭାଗୀୟ ଅଧିକାରୀଙ୍କ ଦ୍ବାରା ସଂଶୋଧନ କରାଯାଉ ବୋଲି ପ୍ରମୁଖ ଦାବି କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କିଶୋର ଜେନା, ପ୍ରଣତି ମିଶ୍ର, ବିଜୟ ଜେନା, ସୁର ଜେନା, ବିଷ୍ଣୁ ମହାନ୍ତି, ସୁରେଶ କୁମାର ରାଉତରାୟ, ରାଜେନ୍ଦ୍ର ଦାସ, ସଂଯୁକ୍ତା ମହଲ, ମହେନ୍ଦ୍ର ପରିଡ଼ା, ମାନସ ଦାସ, ରାଜ କିଶୋର ମଲ୍ଲିକ, ମନୋରଞ୍ଜନ ମହାରଣା, ମହାବୀର ମିଶ୍ର, ମଞ୍ଜୁ ମହାନ୍ତି, ଭାଗିରଥୀ ସେନାପତି ପ୍ରମୁଖ ନେତୃତ୍ବ ନେଇଥିଲେ। ଅପରାହ୍ନରେ ଶ୍ରମ କମିସନରଙ୍କ ସହ ଏକ ୨୦ ଜଣିଆ ପ୍ରତିନିଧି ଦଳ ନିର୍ମାଣ ଶ୍ରମିକଙ୍କର ଦାବି ସଂପର୍କରେ ଆଲୋଚନା କରିଥିଲେ। ଶ୍ରମ କମିସନର ଓ ବୋର୍ଡର ଅଧିକାରୀମାନେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦାବିଗୁଡ଼ିକର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଘେରାଉ ପ୍ରତ୍ୟାହାର କରାଯାଇଥିଲା।

ସମ୍ବନ୍ଧିତ ଖବର