ସିବି ଶତପଥୀ କଲଚରାଲ୍ ଫାଉଣ୍ଡେସନ୍‌ ପକ୍ଷରୁ ଅକ୍ସିଜେନ୍ କନ୍‌ସଣ୍ଟ୍ରେଟର ପ୍ରଦାନ

ଭୁବନେଶ୍ୱର: ସିବି ଶତପଥୀ କଲଚରାଲ୍ ଫାଉଣ୍ଡେସନ୍‌ ପକ୍ଷରୁ ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ୍‌ ଲିମିଟେଡ୍‌ (ଓଏସଏମସିଏଲ)କୁ ୨୧ଟି ଅକ୍ସିଜେନ୍ କନ୍‌ସଣ୍ଟ୍ରେଟର ପ୍ରଦାନ କରାଯାଇଛି। ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ନିର୍ଦ୍ଦେଶରେ ଗୁରୁଗ୍ରାମଠାରୁ ଏସବୁ ଅକ୍ସିଜେନ୍ କନ୍‌ସଣ୍ଟ୍ରେଟର ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ହସ୍ତାନ୍ତର କରାଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଯୋଗଦେଇ କହିଛନ୍ତି ଯେ କୋଭିଡ୍‌ର ତୃତୀୟଲହର ଆସିବା ଆଶଙ୍କା ହେଉଥିବା ସମୟରେ ଏହା ଅତ୍ୟନ୍ତ ଉପଯୋଗୀ ହେବ।
କାର୍ଯ୍ୟକ୍ରମରେ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଯୋଗଦେଇ କହିଲେ, ରାଜ୍ୟ ସରକାର କୋଭିଡ୍‌ ମୁକାବିଲା ଦିଗରେ ଭଲ କାର୍ଯ୍ୟ କରୁଛନ୍ତି। ସେହିପରି ଓଡ଼ିଶା ମାଟିର ସନ୍ତାନ ହୋଇଥିବାରୁ ଏ ଦିଗରେ ସେ ସହାୟତାର ହାତ ବଢ଼ାଇଛନ୍ତି। ଓଏସଏମସିଏଲର ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର