୨୬ତମ କଳିଙ୍ଗ ନାଟ୍ୟ ମହୋତ୍ସବ ଉଦ୍‌ଯାପିତ: ବିମୋହିତ କଲା ଗିରିଶ କନ୍ନଡ଼ଙ୍କ ‘ଯଯାତି’

ଭୁବନେଶ୍ବର: ଶତାବ୍ଦୀର କଳାକାର ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ୫ ଦିନିଆ ୨୬ତମ କଳିଙ୍ଗ ନାଟ୍ୟ ମହୋତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇଥିଲେ। ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଆ ନାଟକକୁ କିପରି ଉଚ୍ଚତମ ସେପାନକୁ ନିଆଯାଇ ପାରିବ, ସେ ଦିଗରେ ସମସ୍ତେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ ଓ ଇଂ. ମନୋଜ ମହାନ୍ତି ନାଟକ ପ୍ରସ୍ତୁତ କରୁଥିବା ସମସ୍ତ ଅନୁଷ୍ଠାନର ଅବଦାନକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ଡ. ପ୍ରସନ୍ନ ମିଶ୍ର, ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ପ୍ରଦୀପ୍ତ ବିଶ୍ବାଳ, ଅଭିନେତା ଓ ନିର୍ଦ୍ଦେଶକ ସତ୍ୟ ଜେନାଙ୍କୁ ‘ଶତାବ୍ଦୀର କଳାକାର ସମ୍ମାନ’ ଏବଂ ନାଟ୍ୟ ସଂଗଠକ ଓ ନିର୍ଦ୍ଦେଶକ ଅନୀଲ ପାତ୍ରଙ୍କୁ ‘ପ୍ରମିଳା ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଭୋପାଳ ‘ହମ୍‌ ଥିଏଟର୍‌’ର କଳାକାରମାନେ ଗିରିଶ କନ୍ନଡ଼ଙ୍କ ରଚିତ ଓ ବଲେନ୍ଦ୍ର ସିଂଙ୍କ ନିର୍ଦ୍ଦେଶିତ ନାଟକ ‘ଯଯାତି’ ପରିବେଷଣ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଧୀର ମଲ୍ଲିକ ସଭା ପରିଚାଳନା କରିଥିଲେ ଏବଂ ବିଭୂତି ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର