ଶାନ୍ତି ଓ ଏକତା ବଜାୟ ରଖିବାରେ ପର୍ଯ୍ୟଟନର ଭୂମିକା ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ୱର: ଭାରତୀୟ ଲୋକ ପ୍ରଶାସନ ସଂସ୍ଥା, ଓଡ଼ିଶା ଶାଖା ଆନୁକୂଲ୍ୟରେ ‘ଶାନ୍ତି ଓ ଜାତୀୟ ଏକତା ପାଇଁ ପର୍ଯ୍ୟଟନ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସଂସ୍ଥାର ଅଧ୍ୟକ୍ଷ ଅରୁଣ ରଥ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ରାଷ୍ଟ୍ରରେ ଶାନ୍ତି ଓ ଏକତା ବଜାୟ ରଖିବା ଦିଗରେ ପର୍ଯ୍ୟଟନର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ପର୍ଯ୍ୟଟନ ନିର୍ଦ୍ଦେଶକ ବିରଞ୍ଚି ମିଶ୍ର ଯୋଗ ଦେଇ ପର୍ଯ୍ୟଟନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

ପ୍ରାକ୍ତନ ପୁଲିସ ମହାନିର୍ଦ୍ଦେଶକ ଶରତ ଚନ୍ଦ୍ର ମିଶ୍ର, ଉପସଭାପତି ପ୍ରଫେସର ପ୍ରତୀକ କୁମାର ମିଶ୍ର, ପ୍ରଫେସର ଦିଗମ୍ବର ଶତପଥୀ, ଜୀବୋତୋଷ ରଥ, ପାର୍ଥସାରଥୀ ମିଶ୍ର, ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶିକା ବିଜୟଲକ୍ଷ୍ମୀ ମହାନ୍ତି, ମାନବେନ୍ଦ୍ର ମିଶ୍ର, କାଶୀନାଥ ସାହୁ ଓ ଅବସରପ୍ରପ୍ତ ପ୍ରଶାସକ ସୁରେଶ ଚନ୍ଦ୍ର ମନ୍ତ୍ରୀ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ। ସଂସ୍ଥାର ସମ୍ପାଦକ ଅଶୋକ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। କୋଷାଧ୍ୟକ୍ଷ ବିଷ୍ଣୁପ୍ରସାଦ ତ୍ରିପାଠୀ ବକ୍ତବ୍ୟ ରଖିଥିବା ବେଳେ କାର୍ଯ୍ୟାଳୟ ସମ୍ପାଦକ ଅମିତା ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର