ଆଇପିଏଲ : କୋଲକାତା ନାଇଟରାଇଡର୍ସ ଆଗରେ ୧୬୨ ରନର ଲକ୍ଷ୍ୟ ରଖିଲା ଲକ୍ଷ୍ନୌ ସୁପରଜାୟାଣ୍ଟସ

କୋଲକାତା : କୋଲକାତାରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୨୮ତମ ମ୍ୟାଚରେ କୋଲକାତା ନାଇଟରାଇଡର୍ସ ଆଗରେ ୧୬୨ ରନର ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ସୁପରଜାୟାଣ୍ଟସ ।

ଏହି ମ୍ୟାଟରେ କୋଲକାତା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଲକ୍ଷ୍ନୌ ଦଳର ଦୁଇ ଓପନର କ୍ବିଣ୍ଟନ ଡିକକ୍ ଓ କେଏଲ ରାହୁଲ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ ବି ଡକକ୍ ମାତ୍ର ୧୦ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ରାହୁଲ୍ ୩୯ ରନର ଏକ ଉପଯୋଗୀ ଇନିଂସ ଖେଳିଥିଲେ । କିନ୍ତୁ ଦିପକ୍ ହୁଦା ମାତ୍ର ୮ ରନ କରି ଆଉଟ ହୋଇଥିବାବେଳେ ଆୟୁଷ ବାଦୋନି ୨୯ ରନ କରିଥିଲେ । ମାର୍କସ ଷ୍ଟୋଇନିସ୍ ୧୦ ରନ କରି ଆଉଟ ହୋଇଥିଲେ । ତେବେ ଶେଷ ବେଳକୁ ନିକୋଲାସ ପୁରନ ୪୫ ରନର ଏକ ଉପଯୋଗୀ ଇନିଂସ ଖେଳିଥିଲେ ଓ ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେବାରେ ସହାୟକ ହୋଇଥିଲେ । ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୬୧ ରନ କରିଥିଲା ।

କୋଲକାତା ପକ୍ଷରୁ ମିଚେଲ ଷ୍ଟାକ୍ ୨ଟି ଓ୍ବିକେଟ ନେଇଥିବାବେଳେ ସୁନୀଲ ନାରାୟଣ, ବରୁଣ ଚକ୍ରବର୍ତ୍ତୀ,ଆନ୍ଦ୍ରେ ରସେଲ ଓ ବୈଭବ ଆରୋରା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର