ଆଇପିଏଲ୍ : ଚେନ୍ନାଇ ଆଗରେ ୧୯୨ ରନର ଲକ୍ଷ୍ୟ ରଖିଲା ଦିଲ୍ଲୀ କ୍ୟାପିଟାଲ୍ସ

ବିଶାଖାପାଟଣା : ବିଶାଖାପାଟଣାଠାରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୧୩ତମ ମ୍ୟାଚରେ ଚେନ୍ନାଇ ଆଗରେ ୧୯୨ ରନର ଲକ୍ଷ୍ୟ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ ।

ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ପୃଥ୍ବୀ ଶ’ ଓ ଡେଭିଡ୍ ଓ୍ବାର୍ନର  ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଶ’ ୪୩ ରନ କରି ଆଉଟ ହୋଇଥିବାବେଳେ ଓ୍ବାର୍ନର ୫୨ ରନ କରିଥିଲେ । ସେହିପରି ଅଧିନାୟକ ଋଷଭ ପନ୍ତ ୫୧ ରନ କରିଥିଲେ ଓ ମିଚେଲ ମାର୍ସ ୧୮ ରନ କରି ଆଉଟ ହୋଇଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ୍ ହରାଇ ୧୯୧ ରନ କରିଥିଲା । ଚେନ୍ନାଇ ପକ୍ଷରୁ ମଥିସା ପଥିରାନା ୩ଟି ଓ୍ବିକେଟ ନେଇଥିବାବେଳେ ରବୀନ୍ଦ୍ର ଜାଦେଜା ଓ ମୁସ୍ତାଫିଜୁର ରେହେମାନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ଓ୍ବିକେଟରେ ପରାସ୍ତ କରିଥିଲା ଗୁଜରାଟ ଟାଇଟନ୍ସ । ବିଜୟ ପାଇଁ ଗୁଜରାଟ ଆଗରେ ୧୬୩ ରନର ଲକ୍ଷ୍ୟ ଥିବାବେଳେ ଏହି ଦଳ ତାହାକୁ ୧୯.୧ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା ।

ସମ୍ବନ୍ଧିତ ଖବର