ସିକେ ନାୟୁଡୁ ଟ୍ରଫି; ମଧ୍ୟପ୍ରଦେଶ ୩୩୧, ଗୌରବଙ୍କ ଶତକ: ଓଡ଼ିଶା ୨୪୮/୩

କଟକ: କେରଳରେ ଚାଲିଥିବା ମଧ୍ୟପ୍ରଦେଶ ବିପକ୍ଷ ସିକେ ନାୟୁଡୁ ଟ୍ରଫିରେ ଓଡ଼ିଶା ପ୍ରଥମ ପାଳି ଅଗ୍ରଣୀ ସମ୍ଭାବନା ସୃଷ୍ଟି କରିଛି। ବୋଲରମାନେ ମଧ୍ୟପ୍ରଦେଶ ପ୍ରଥମ ପାଳିକୁ ୩୩୧ ରନ୍‌ରେ ସୀମିତ ରଖିଦେବା ପରେ ବୁଧବାର ଦ୍ବିତୀୟ ଦିନ ଶେଷ ସୁଦ୍ଧା ଓଡ଼ିଶା ୩ ୱିକେଟ୍‌ ହରାଇ ୨୪୮ ରନ୍‌ କରିନେଇଛି। ଗୌରବ ଚୌଧୁରୀ ୧୫୦ ବଲ୍‌ରୁ ୧୦ ଚୌକା ଓ ୨ ଛକା ସହାୟତାରେ ୧୦୫ ରନ୍‌ କରି ଆଉଟ ହୋଇଥିଲା ବେଳେ ଆଶୀର୍ବାଦ ସ୍ବାଇଁ ୩୦, ଏମ୍‌.ପ୍ରଶାନ୍ତ ୫୯ ରନ୍‌ରେ ପାଭିଲିୟନ ଫେରିଯାଇଛନ୍ତି। ଷ୍ଟମ୍ସ ଅପସାରଣ ବେଳକୁ ଅନୀଲ ପରିଡ଼ା ୨୫, କାର୍ତ୍ତିକ ବିଶ୍ବାଳ ୧୫ ରନ୍‌ କରି ଅପରାଜିତ ଅଛନ୍ତି। ପାଳି ଅଗ୍ରଣୀ ପାଇବାକୁ ଓଡ଼ିଶାକୁ ଆଉ ୮୩ ରନ୍‌ ଆବଶ୍ୟକ ହେଉଛି। ଏଥିପୂର୍ବରୁ ସକାଳେ ମଧ୍ୟପ୍ରଦେଶ ତା’ର ଅସମାପ୍ତ ପ୍ରଥମ ପାଳି ୨୯୧/୭ରୁ ଖେଳିଥିଲା ବେଳେ ଆଉ ମାତ୍ର ୪୦ ରନ୍‌ ଯୋଡ଼ି ସମସ୍ତ ଵିକେଟ ହରାଇଥିଲା। ରାଜେଶ ମହାନ୍ତି ସର୍ବାଧିକ ୪ ଵିକେଟ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର