ଓଡ଼ିଶା ମହିଳା ଲିଗ୍‌: ସ୍ପୋର୍ଟ୍ସ ଓଡ଼ିଶା, ରାଇଜିଂ ଷ୍ଟୁଡେଣ୍ଟ ଜିତିଲେ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ ଓ କ୍ୟାପିଟାଲ୍‌ ହାଇସ୍କୁଲ ପଡ଼ିଆରେ ଚାଲିଥିବା ଫାଓ ଓଡ଼ିଶା ମହିଳା ଲିଗ୍‌ରେ ସୋମବାର ସ୍ପୋର୍ଟ୍ସ ଓଡ଼ିଶା ଓ ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ ହୋଇଛନ୍ତି। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ସ୍ପୋର୍ଟ୍ସ ଓଡ଼ିଶା ୩-୦ ଗୋଲ୍‌ରେ ଓଜିପିକୁ ହରାଇଛି। ବିଜୟୀ ଦଳ ପାଇଁ ମନୀଷା ନାଏକ ୪୦ ଓ ୯୦+୧ ମିନିଟ୍‌ରେ ଦୁଇଟି ଗୋଲ୍‌ ଓ ଶୁଭସ୍ମିତା ଶୁଭଦର୍ଶିନୀ ଦାସ ୩୮ ମିନିଟ୍‌ରେ ଗୋଟିଏ ଗୋଲ୍‌ ସ୍କୋର କରିଥିଲେ। ଏହି ମ୍ୟାଚ୍‌କୁ ବୀଣାପାଣି ବିରୁଆ, ରୀନା ତିର୍କି, ସୁମନି ଲାକ୍ରା, ଦୃଶିଲା ପ୍ରଧାନ ପରିଚାଳନା କରିଥିଲେ। ସେହିପରି କ୍ୟାପିଟାଲ ହାଇସ୍କୁଲ୍‌ ପଡ଼ିଆରେ ଶେଷ ହୋଇଥିବା ମ୍ୟାଚ୍‌ରେ ରାଇଜିଂ ଷ୍ଟୁଡେଣ୍ଟ ୧-୦ ଗୋଲ୍‌ରେ ଓଡ଼ିଶା ପୁଲିସ୍‌କୁ ପରାସ୍ତ କରିଛି। ଶୁଭଦ୍ରା ସାହୁ ୧୮ତମ ମିନିଟ୍‌ରେ ଏହି ଗୋଲ୍‌ ଦେଇଥିଲେ। ବିଜୟ କୁମାର ମଙ୍ଗରାଜ, ବିଚିତ୍ରା ପ୍ରଧାନ, ବବ୍‌ଲି ଗଡ଼ନାୟକ, ଆରତି ମହାନ୍ତି ଏହି ମ୍ୟାଚ୍‌କୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର