ମହିଳାଙ୍କୁ ପ୍ରେମକରି ଯୁବକଙ୍କ ଆତ୍ମହତ୍ୟା

ବାଲିଅନ୍ତା : ସମ୍ପର୍କୀୟା ଭା‌ଉଜଙ୍କୁ ପ୍ରେମ କରିବା ସ୍ଥାନୀୟ ଜଣେ ଯୁବକ ସୁକାନ୍ତଙ୍କ ମୃତ୍ୟୁର କାରଣ ହୋଇଛି। ସ୍ବାମୀ ଓ ସଂସାର ଛାଡ଼ି ମହିଳାଜଣକ ସୁକାନ୍ତଙ୍କ ସହ ନୂଆ ସଂସାର କରିବାକୁ ମନା କରିବାରୁ ସେ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି।

ସୂଚନାନୁସାରେ ସୁକାନ୍ତ ତାଙ୍କ ପାଖ ଗାଁର ଜଣେ ସମ୍ପର୍କୀୟା ଭାଉଜଙ୍କୁ ଭଲ ପାଇବସିଥିଲେ। ସୁକାନ୍ତ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇ ସ୍ବାମୀଙ୍କ ସଂସାର ଛାଡ଼ି ଦେବାକୁ ମହିଳାଙ୍କୁ କହିଥିଲେ। କିନ୍ତୁ ମହିଳାଜଣକ ସୁକାନ୍ତଙ୍କ ଏଭଳି ପ୍ରସ୍ତାବରେ ରାଜି ହୋଇନଥିଲେ। ତେଣୁ ମାନସିକ ଭାରସାମ୍ୟ ହରାଇ ସୁକାନ୍ତ ଗତ ଦୁଇ ଦିନ ତଳେ କୀଟନାଶକ ପିଇଦେଇଥିଲେ। ଗତକାଲି ବିଳମ୍ବିତ ରାତିରେ ହାଇଟେକ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର