ସ୍ତ୍ରୀ ହତ୍ୟାକାରୀ ଫେରାର ସ୍ବାମୀ ଗିରଫ

ଲକ୍ଷ୍ମୀପ୍ରସାଦ: ସ୍ତ୍ରୀକୁ ପିଟିପିଟି ମାରି ଫେରାର ହୋଇଥିବା ସ୍ୱାମୀକୁ ବାନ୍ଧିଛି ପୁଲିସ। ଅଭିଯୁକ୍ତ ପୂର୍ଣ୍ଣ ପ୍ରଧାନ ଗିରଫ ହୋଇଥିବା ଜଣାଯାଇଛି। ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଚନ୍ଦ୍ରପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଶୁକ୍ରବାର ରାତିଟେ ସ୍ତ୍ରୀକୁ ପିଟି ପିଟି ମାରି ଫେରାର ହୋଇଥିଲା। ବୌଦ୍ଧ ଆଦର୍ଶ ଥାନା ପୁଲିସ ହତ୍ୟା ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିଲା। ସ୍ୱତନ୍ତ୍ର ଦଳ ଗଠନ କରି ବିଭିନ୍ନ ସମ୍ଭାବ୍ୟ ସ୍ଥାନରେ ଚଢ଼ଉ କରୁଥିଲା। ହେଲେ ହତ୍ୟାକାରୀ ବୌଦ୍ଧ ସହରରେ ବୁଲୁଥିଲା। କୌଣସି ସୂତ୍ରରୁ ଖବର ପାଇ ସହରର ରାଜନପାଲି ଛକ ନିକଟରୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ, ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ନିକଟସ୍ଥ ଚନ୍ଦ୍ରପୁର ଗ୍ରାମରେ ସ୍ତ୍ରୀକୁ ପିଟିପିଟି ମାରି ସ୍ୱାମୀ ପୂର୍ଣ୍ଣ ପ୍ରଧାନ ଫେରାର ହୋଇଯାଇଥିଲା। ଶୁକ୍ରବାର ଏକ ହତ୍ୟାକାଣ୍ଡ ଘଟିଥିଲା।  ଚନ୍ଦ୍ରପୁର ଗ୍ରାମର ପୂର୍ଣ୍ଣ ପ୍ରଧାନ (୪୨) ତାଙ୍କ ସ୍ତ୍ରୀ କନକ ପ୍ରଧାନ(୩୫)ଙ୍କୁ ଗତକାଲି ପିଟିପିଟି ମାରିଦେଇଥିବା ପୂର୍ଣ୍ଣଙ୍କ ବାପା ରତ୍ନାକର ପ୍ରଧାନ ଜହ୍ନାପଙ୍କ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇଁ ଜହ୍ନାପଙ୍କ ଫାଣ୍ଡି ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଧରିବା ଲାଗି ପ୍ରଚେଷ୍ଟା ଚଳାଇଥିଲା। କଣ ପାଇଁ ତାକୁ ହତ୍ୟା କରାଯାଇଛି, ପୁଲିସ ତଦନ୍ତ ପରେ ଜଣାପଡ଼ିବ। ପୂର୍ଣ୍ଣ ପ୍ରଧାନର ଦୁଇ ପୁଅ ବାହାରେ ରହୁଥିବା ବେଳେ ଝିଅ ବାହା ହୋଇ ଯାଇଛି।

ସମ୍ବନ୍ଧିତ ଖବର