ଚକା ଫାଟି ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ; ଜଣେ ଗୁରୁତର, ୬ଆହତ

କଣ୍ଟାବାଞ୍ଜି: ନୂଆପଡ଼ା ଜିଲ୍ଲା ଖରିଆରରୁ କଣ୍ଟାବାଞ୍ଜି ଆସୁଥିବା ବେଳେ ବଙ୍ଗୋମୁଣ୍ଡା ଥାନା ଅଧୀନ ଜୁଏରପଡା ପାଖରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଫାଟି ଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର ସାମ୍ନା କରିଥିବା ଯାତ୍ରୀବାହୀ ବସ୍‌ର ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି।

ସୂଚନା ମତେ ଖରିଆରରୁ ଏକ ଯାତ୍ରୀବାହୀ ବସ୍‌ (ଆକାଶ ଟୁର୍‌ ଆଣ୍ଡ ଟ୍ରାଭେଲ୍ସର ତାରିଣୀ ବସ୍‌ ଓଆର ୦୩ ଡି୨୮୪୨) କଣ୍ଟାବାଞ୍ଚି ଅଭିମୁଖେ ଆସୁଥିଲା। ଅପରାହ୍‌ଣ ସାଢ଼େ ୩ଟା ସମୟରେ ବସ୍‌ଟି ଜୁଏରପଡ଼ା ନିକଟରେ ପହଞ୍ଚିଥିଲା। ଏହି ସମୟରେ ବସ୍‌ର ଚକା ଫାଟି ଯିବାରୁ ରାସ୍ତାରେ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିଲେ। ଅନ୍ୟ ୬ ଜଣ ଆହତ ହୋଇଥିଲେ। ଗୁରୁତର ହେଲେ ଲକପତି ବାଗ (୧୨) ତାକୁ ଖରିଆର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ବସ୍‌ର ଚାଳକ ମଧ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ଓ ଖରିଆର ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର