ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟିଲା କାର; ଅଳ୍ପକେ ବର୍ତ୍ତିଲେ ବାପ-ପୁଅ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼-କଣ୍ଟାବାଞ୍ଜି ମୁଖ୍ୟରାସ୍ତାରେ ଥିବା ସାଲେପାଲି ଛକ ନିକଟରେ ଏକ କାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟି ପଡ଼ିଛି।  ଏଥିରେ ବସିଥିବା ବାପ-ପୁଅ ସାମାନ୍ୟ ଆହତ ହୋଇଛନ୍ତି। ଉଭୟ ବାପ ଓ ପୁଅଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, କଣ୍ଟାବାଞ୍ଜି ପଟରୁ ଏକ କାର ( ଓଡି ୨୬ ଏଫ୍‌ ୫୩୭୦) ପାଟଣାଗଡ଼ ଅଭିମୁଖେ ଆସୁଥିଲା। ଏହି ସମୟରେ ମୁଖ୍ୟରାସ୍ତାରେ ଥିବା ପାଟଣାଗଡ଼ ବ୍ଲକ ସାଲେପାଲି ଛକ ନିତଟରେ ସଂପୃକ୍ତ କାରଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଯାଇ ଓଲଟି ପଡିଥିଲା। ଫଳରେ କାରର ବିଭିନ୍ନ ଅଂଶ ଭାଙ୍ଗି ଯାଇଥିବା ବେଳେ ଏଥିରେ ବସିଥିବା ୨ ଜଣ ଆହତ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ସେମାନଙ୍କୁ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିବା ଜଣାପଡିଛି। ତେବେ ଏହି କାର ଓଲଟିଥିବା ବେଳେ ବସିଥିବା ୨ ଜଣ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର