ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ମାଗଣା କୋଚିଂ ଉପଲବ୍ଧ କରାଇବେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ମାଗଣା କୋଚିଂ ନେବା ପାଇଁ ଗତ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ଏହା ମାଧ୍ୟମରେ ମାଗଣା କୋଚିଂ ଦିଆଯିବ। ଏଥି ପାଇଁ ମାର୍ଚ୍ଚ ୨୬ ତାରିଖରେ କ୍ଵଲିଫାଇଙ୍ଗ ପରୀକ୍ଷା ହେବ। ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୪ ତାରିଖ ସୁଦ୍ଧା ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରି ପାରିବେ। ଆବେଦନ ଶୁଲ୍କ ୧୦୦ ଟଙ୍କା ପଡ଼ିବ। ରାଜ୍ୟ ସରକାର ପିଲାମାନଙ୍କର ରହିବା ଓ ଖାଇବା ଖର୍ଚ୍ଚ ବହନ କରିବେ।

ସମ୍ବନ୍ଧିତ ଖବର