ମହିଳା ଟି-୨୦ ବିଶ୍ବକପ ସେମିଫାଇନାଲ : ଫାଇନାଲରେ ପହଞ୍ଚିବାକୁ ହେଲେ ଭାରତକୁ ୧୭୩ ରନ କରିବାକୁ ହେବ

କେପଟାଉନ : ମହିଳା ଟି-୨୦ ବିଶ୍ବକପ ଫାଇନାଲରେ ପ୍ରବେଶ କରିବା ପାଇଁ ଭାରତକୁ ୨୦ ଓଭରରେ ୧୭୩ ରନ କରିବାକୁ ହେବ । ସର୍ବଶେଷ ସୂଚନା ଅନୁସାରେ ଭାରତ ୨ ଓଭରରେ ଗୋଟିଏ ଓ୍ବିକେଟ  ହରାଇ ୧୫  ରନ କରିଛି ।

ଏହା ପୂର୍ବରୁ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବର୍ତ୍ତମାନର ଚାମ୍ପିଅନ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୭୨ ରନ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲ ମ୍ୟାଚରେ ଓପନର ବେଥ୍ ମୁନି ୩୭ ବଲ୍ ରୁ ୫୪ ରନ୍ କରିଥିଲେ। ସେହିପରି ଅଧିନାୟକ ମେଗ୍ ଲାନିଂ ୩୪ ବଲରେ ୪ ଚୌକା ଓ ୨ ଛକା ସାହାଯ୍ୟରେ ଅପରାଜିତ ୪୯ ରନ୍ କରିଥିଲେ ।  ସେହିପରି ଆଲିସା ହିଲି ୨୫ ରନ ଓ ଆସଲେ ଗାଡନର ୩୧ ରନ କରିଥିଲେ ।

ଏହି ଗ୍ରାଉଣ୍ଡରେ ଆସନ୍ତା କାଲି ଅର୍ଥାତ ଫେବ୍ରୁଆରି ୨୪ରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ୨ୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ଆସନ୍ତା ଫେବ୍ରୁଆରି ୨୬, ରବିବାର ଦିନ ଫାଇନାଲ ମ୍ୟାଚ ମଧ୍ୟ ଏହି ଗ୍ରାଉଣ୍ଡରେ ଖେଳାଯିବ । ଭାରତ ପକ୍ଷରୁ ଶିଖା ପାଣ୍ଡେ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ଦୀପ୍ତି ଶର୍ମା ଓ ରାଧା ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

 

 

ସମ୍ବନ୍ଧିତ ଖବର