ୟୁକ୍ରେନ୍‌ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ ଭାରତରେ ପଢ଼ିବାକୁ ସୁଯୋଗ ଦିଆଗଲେ ଓଡ଼ିଶା ଦେବ ସମର୍ଥନ: ମୁଖ୍ୟମନ୍ତ୍ରୀ

ୟୁକ୍ରେନ୍‌ ସଂକଟ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଯୁଦ୍ଧ କାରଣରୁ ଏବେ ୟୁକ୍ରେନ୍‌ରେ ସଂକଟ ପରିସ୍ଥିତି ଉପୁଜିଛି। ଓଡ଼ିଶା ସମେତ ଭାରତର ହଜାର ହଜାର ମେଡିକାଲ ଛାତ୍ରଛାତ୍ରୀ ୟୁକ୍ରେନ୍‌ରୁ ନିଜ ଘରକୁ ଫେରି ଆସୁଛନ୍ତି। ଫଳରେ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାରେ ବ୍ୟାପକ ବାଧାପ୍ରାପ୍ତ ହୋଇଛି। ତେଣୁ ୟୁକ୍ରେନ୍‌ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ପାଇଁ ଭାରତରେ ବ୍ୟବସ୍ଥା କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି।

ନ୍ୟାସନାଲ ମେଡିକାଲ କମିସନ ଓ ମନ୍ତ୍ରାଳୟ ସହିତ ଆଲୋଚନା କରିବାକୁ ନବୀନ ଅନୁରୋଧ କରିଛନ୍ତି ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୟୁକ୍ରେନ ଉପରେ ଋଷର ଆକ୍ରମଣ ଯୋଗୁଁ ଏବେ ଅନେକ ମେଡିକାଲ ଛାତ୍ର ଭାରତ ଫେରିସାରିଛନ୍ତି। ଏଥିରେ ଓଡିଆ ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି।

ଦେଶର ଅନେକ ଛାତ୍ରଛାତ୍ରୀ ୟୁକ୍ରେନରୁ ଭାରତ ଫେରିଆସିଛନ୍ତି। ଏବେ ଏହି ୟୁକ୍ରେନ୍‌ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଭାରତରେ ପାଠ ପଢାଯାଉ। ଦେଶର ବିଭିନ୍ନ ମେଡିକାଲ କଲେଜରେ ସେମାନଙ୍କୁ ପାଠ ପଢିବାକୁ ସୁଯୋଗ ଦିଆଯାଉ। ଓଡିଶା ସରକାର ମଧ୍ୟ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଦେବେ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର