ଦାଦନ ଯାଇଥିବା ଜୁଆଙ୍ଗ ଯୁବକଙ୍କ ମୃତ୍ୟୁ

ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ୍‌ ବୁଢାଖମଣ ପଞ୍ଚାୟତ ପନାସିଆ ଗ୍ରାମର ଜଗୁଡୁ ଜୁଆଙ୍ଗଙ୍କ ପୁଅ ଉଦୟ (୧୮) ଗତ ୧୪ ତାରିଖ କର୍ଣ୍ଣାଟକ ରାଜ୍ୟର ବେଙ୍ଗାଲୁରୁ ନିକଟ ଏକ କମ୍ପାନିରେ କାମ କରୁଥିବାବେଳେ ଦୁର୍ଘଟଣାରେ ମୃତ୍ୟୁବରଣ କରିଛି। ଉଦୟ ଦାଦନ ଶ୍ରମିକ ଭାବେ ସେଠାରେ ତିରୁପତି ନାମକ ଏକ କମ୍ପାନିରେ କାମ କରୁଥିଲା । କାମ କଲାବେଳେ କ୍ରେନର ବେଲ୍ଟ ତା ଉପରେ ଖସି ପଡ଼ିବାରୁ ମୃତ୍ୟୁ ଘଟିଥିବା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଅଭିମନ୍ୟୁ ଜୁଆଙ୍ଗ ସୂଚନା ଦେଇଛନ୍ତି । ତେବେ ସେଠାରେ ଶବ ବ୍ୟବଚ୍ଛେଦ ପରେ ଉଦୟର ମର ଶରୀର ଗ୍ରାମକୁ ଅଣା ଯାଇ ସତ୍କାର କରାଯାଇଛି ।  କମ୍ପାନି ପକ୍ଷରୁ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ପ୍ରାକ୍ତନ ସରପଞ୍ଚ ଶ୍ରୀ ଜୁଆଙ୍ଗ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର