୩୮ ଜଣିଆ ସଦସ୍ୟଙ୍କୁ ନେଇ ଇସ୍ତାହାର କମିଟି ଗଠନ କଲା ବିଜେଡି

ଭୁବନେଶ୍ବର: ୩୮ ଜଣିଆ ସଦସ୍ୟଙ୍କୁ ନେଇ ବିଜେଡିର ଇସ୍ତାହାର କମିଟି ଗଠିତ ହୋଇଛି। ସାଂସଦ ଚନ୍ଦ୍ରଶେଖର ସାହୁ କମିଟିର ଅଧ୍ୟକ୍ଷ ଥିବା ବେଳେ ୬ ଜଣଙ୍କୁ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ଅମର ପଟ୍ଟନାୟକ ଏହାର ଆବାହକ ଥିବା ବେଳେ ଡକ୍ଟର ସସ୍ମିତ ପାତ୍ର ସହ ଆବାହକ ଅଛନ୍ତି।

କମିଟିର ଉପାଧ୍ୟକ୍ଷମାନେ ହେଲେ ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ମଙ୍ଗଳା କିଷାନ, ପଦ୍ମନାଭ ବେହେରା ଓ କସ୍ତୁରୀ ମହାପାତ୍ର। ଏଣେ ସୁକାନ୍ତ ମହାପାତ୍ର, ସ୍ବପ୍ନେନ୍ଦୁ ମହାନ୍ତି, ଅମିୟ ମିଶ୍ର, ଅତନୁ ସବ୍ଯସାଚୀ ନାୟକ, ଅଚ୍ୟୁତାନନ୍ଦ ସାମନ୍ତ, ଅରୁଣ କୁମାର ସାହୁ, ସଂତୃପ୍ତ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ର, ଶ୍ରୀମୟୀ ଶ୍ବେତାସ୍ନିଗ୍ଧା ମିଶ୍ର, ଚିନ୍ମୟ ସାହୁ, ଚିରଞ୍ଜୀବ ବିଶ୍ବାଳ, ସୁବାସ ସିଂ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ରମେଶ ଚନ୍ଦ୍ର ମାଝୀ, ଦିଲୀପ ତିର୍କୀ, ରବି ନାରାୟଣ ନନ୍ଦ, ଅମରେଶ ପତ୍ରୀ, ଏସ.କେ. ନିଜାମୁଦ୍ଦିନ, ତନ୍ମୟ ସ୍ବାଇଁ, ଜ୍ୟୋତ୍ସ୍ନାରାଣୀ ପରିଡ଼ା, ବିଷ୍ଣୁପ୍ରିୟା ଦାସ, ସଞ୍ଜିତ ମହାନ୍ତି, ପଙ୍କିଜିନୀ ମଙ୍ଗରାଜ, ମାମିନା ନାୟକ ଓ କିଶୋର ଦେବତାଙ୍କୁ ସଦସ୍ୟ ଭାବେ ଦାୟିତ୍ବ ମିଳିଛି।

ସମ୍ବନ୍ଧିତ ଖବର