ଭୁଲ୍‌ ତଥ୍ୟ ଦେଇ ଫସିଲେ : ମୋଦୀଙ୍କ ଗସ୍ତ ଆଗରୁ ଚିଠି ଲେଖିଲେ ନବୀନ

ଜଳସେଚନ ତଥ୍ୟ ଉପରେ ଆପତ୍ତି ଉଠାଇଲେ, ୨୨ ହଜାର ହେକ୍ଟର ନୁହେଁ, ୭.୮ଲକ୍ଷ ହେକ୍ଟର, ପରିସଂଖ୍ୟାନ ଦେଲେ, କେନ୍ଦ୍ରୀୟ ଅବଦାନ ବି

ଭୁବନେଶ୍ବର : ଆଉ କେହି ନୁହେଁ, ଆମେ ନିଜେ ୧୦ଲକ୍ଷ ହେକ୍ଟର ଜମିରେ ଜଳସେଚନ ପାଇଁ ଲକ୍ଷ୍ୟ ସ୍ଥିର କରିଥିଲୁ। ୨୦୧୪ରୁ ଏ ଭିତରେ ଅତିରିକ୍ତ ୭ଲକ୍ଷ ୮ ହଜାର ହେକ୍ଟର ଜମିରେ ଜଳସେଚନ ହୋଇସାରିଲାଣି। ଖୁବ୍ ଶୀଘ୍ର ଧାର୍ଯ୍ୟ ଲକ୍ଷ୍ୟ ଅତିକ୍ରମ କରିବାକୁ ଯାଉଛୁ।

ଗତ ୨୪ ତାରିଖରେ ଖୋର୍ଧାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଜଳସେଚନ ସଂପର୍କରେ ଦେଇଥିବା ଟିପ୍ପଣୀ ନେଇ ଏଭଳି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀ ଅସତ୍ୟ କହିଛନ୍ତି ବୋଲି ସିଧାସଳଖ କେଉଁଠାରେ କହିନାହାନ୍ତି। କିନ୍ତୁ ଖଟାମିଠା ଭାଷାରେ ଓ ବୁଲେଇ ବଙ୍କେଇ ତଥା ରାଜ୍ୟରେ କେଉଁ ବର୍ଷ କେତେ ଜଳସେଚନ ହୋଇଛି, ସେ ସଂକ୍ରାନ୍ତ ବିଶଦ ତଥ୍ୟ ରଖିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ତାଙ୍କର ବକ୍ତବ୍ୟ ତଥ୍ୟ ଉପରେ ଆଧାରିତ ନଥିଲା। ଏକଥା ବି ସୂଚାଇବାକୁ ଚାହିଁଛନ୍ତି ଯେ ବିଜେଡି ଯାହା ପ୍ରତିଶ୍ରୁତି ଦିଏ, ତାହା ପୂରଣ କରିଥାଏ।

ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ବାରିପଦା ଗସ୍ତରେ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏଭଳି କଠୋର ଆଭିମୁଖ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ େହାଇଛି। ଆଗରୁ ମୁଖ୍ୟମନ୍ତ୍ରୀ କେେବ ବି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏଭଳି ଶାଣିତ ଶବ୍ଦ ପ୍ରୟୋଗ କରି ଚିଠି ଲେଖିନଥିଲେ। ଏବେ କିନ୍ତୁ ପରିବର୍ତିତ ରଣକୌଶଳରେ ବିଜେପି େଯଉଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି, ତାକୁ ହାଲୁକା ଭାବେ ନ ନେଇ ଦୃଢ଼ ପ୍ରତିଜବାବ ଦେବା ଲାଗି ନବୀନ ସାହସ ଦେଖାଉଛନ୍ତି। ଗତ ୨୬ ତାରିଖରେ ବିଜେଡି ପ୍ରତିଷ୍ଠା ଦିବସରେ େକନ୍ଦ୍ରୀୟ ଅବହେଳା ସଂପର୍କରେ ସ୍ପଷ୍ଟ ଚିତ୍ର ରଖି ମୁଖ୍ୟମନ୍ତ୍ରୀ ଆର୍ଥିକ ସ୍ବାଧୀନତା ମାଗିଥିଲେ।

ନୂଆ ବର୍ଷର ଶୁଭେଚ୍ଛା ସହିତ ମୁଖ୍ୟମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀଙ୍କୁ େଦଇଥିବା ଚିଠିରେ ଜଣାଇଛନ୍ତି େଯ ଗତ ୨୪ ତାରିଖର ଓଡ଼ିଶା ଗସ୍ତ ଓ ଅନେକ ବିକାଶମୂଳକ ପ୍ରକଳ୍ପ ଶୁଭାରମ୍ଭ ପାଇଁ ସେ କୃତଜ୍ଞ। ଏସବୁ ପ୍ରକଳ୍ପ କିଭଳି ଶୀଘ୍ର େଶଷ େହବ େସ େନଇ ରାଜ୍ୟ ସରକାର ଆବଶ୍ୟକ ସହଯୋଗ େଯାଗାଇ ଦେବେ।

ପ୍ରଧାନମନ୍ତ୍ରୀଙ୍କ ନାଁ ନ ନେଇ ମୁଖ୍ୟମନ୍ତ୍ରୀ େଲଖିଛନ୍ତି, ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିବା ୧୦ଲକ୍ଷ େହକ୍ଟରରୁ ମାତ୍ର ୨୨ହଜାର େହକ୍ଟର ଜମିକୁ ଜଳସେଚିତ କରାଯାଇଛି େବାଲି ସେଦିନ କୁହାଯାଇଥିବା ଗଣମାଧ୍ୟମ ରିେପାର୍ଟରୁ ଜାଣିବାକୁ ପାଇଲି। ଏଣୁ ଏ ସଂକ୍ରାନ୍ତରେ ବାସ୍ତବ ତଥ୍ୟ ସଂପର୍କରେ ଆପଣଙ୍କୁ ଜଣାଇବାକୁ ଚାହୁଁଛି। ଜଳସେଚନ େହଉଛି, କୃଷି େକ୍ଷତ୍ରକୁ ସହଯୋଗ କରୁଥିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି। ଏଣୁ ୨୦୧୪ରେ ୧୦ଲକ୍ଷ େହକ୍ଟର ଜମିରେ ଜଳସେଚନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ୨୦୧୪ରୁ ଏ ବାବଦରେ ୨୬ ହଜାର ୮୮୯ େକାଟି ଟଙ୍କା ବିନିେଯାଗ େହାଇଛି, ଯେଉଁଥିରୁ ପିଏମକେଜିଵାଇ େଯାଜନାରେ େକନ୍ଦ୍ରର ଅବଦାନ େହଉଛି ୪.୫% ଅର୍ଥାତ୍ ୧୨୧୧ େକାଟି ଟଙ୍କା। ଏମିତିରେ ବି ଚଳିତବର୍ଷ ଜଳସଂପଦ ସୃଷ୍ଟି େକ୍ଷତ୍ରରେ ସରକାର ୧୦ ହଜାର ୧୯୬ େକାଟି ଟଙ୍କା ବଜେଟରେ ବ୍ୟୟବରାଦ କରିଛନ୍ତି।

ପ୍ରଧାନମନ୍ତ୍ରୀ ଜାଣି ଖୁସି େହବେ େଯ ନିଜସ୍ବ କାର୍ଯ୍ୟକ୍ରମ ଅର୍ଥାତ୍ ୪୬ଟି େମଗା ଉଠାଜଳସେଚନ ପ୍ରକଳ୍ପ କରାଯାଇଛି, ଯାହାଦ୍ବାରା ୫୪ ହଜାର ୪୭୨ ହେକ୍ଟର ଜମିରେ ଜଳସେଚନ କରାଯାଇପାରିବ। ୫୩ହଜାର ୫୭୬ଟି ଗଭୀର ନଳକୂପ ଜରିଆରେ ୨ଲକ୍ଷ ୬୭ ହଜାର ୮୮୦ େହକ୍ଟର ଜମିରେ ଜଳସେଚନ କରାଯାଉଛି, ୫୮୩୭ େଗାଷ୍ଠୀ ଉଠାଜଳସେଚନ ପଏଣ୍ଟ ଜରିଆରେ ୧ଲକ୍ଷ ୨୯ ହଜାର ୭୬୪ ହେକ୍ଟର ଜମି ଜଳସେଚିତ େହାଇଛି। ସେହିଭଳି ୮ହଜାର ୩୩୫ଟି ଚେକ୍ ଡ୍ୟାମ ଜରିଆରେ ୯୭ ହଜାର ୬୯୪ େହକ୍ଟର ଜମିକୁ ଜଳଯୋଗାଣ ପାଇଁ େକ୍ଷତ୍ର ସୃଷ୍ଟି କରାଯାଇଛି ଓ ଚାଷୀ ବି ଉପକୃତ ହେଲେଣି।

୨୦୧୪ ଏପ୍ରିଲରୁ ୨୦୧୮ ନଭେମ୍ବର ପର୍ଯ୍ୟନ୍ତ େକଉଁ ବର୍ଷ କେତେ ଅର୍ଥ ବିନିେଯାଗ େହାଇଛି ଓ କେତେ ଜମିକୁ ଜଳସେଚନ କରାଯାଇପାରିଛି, ତାର ହିସାବ ଦେବା ସହିତ ମୁଖ୍ୟମନ୍ତ୍ରୀ ଏକଥା ବି କହିଛନ୍ତି େଯ ଜଳସଂପଦ ପାଇଁ ପୁଞ୍ଜିନିେବଶ କରିବା େକ୍ଷତ୍ରରେ ଓଡ଼ିଶା େଦଶରେ ଆଗରେ ରହିଛି। ନୂଆବର୍ଷ ପାଇଁ ଆଉଥରେ ଶୁଭେଚ୍ଛା ଜଣାଇବା ସହିତ ଓଡ଼ିଶାବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ େଲାଡିଛନ୍ତି।

ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ବୃହତ୍ତ, ମଧ୍ୟମ, କ୍ଷୁଦ୍ର, ଉଠାଜଳସେଚନ ଆଦି େକ୍ଷତ୍ରରେ ୨୦୧୪-୧୫ରେ ୧ଲକ୍ଷ ୩୨ ହଜାର ୭୫୩ ହେକ୍ଟର ଜମି ଜଳସେଚିତ େହାଇଥିଲା। ୨୦୧୫-୧୬ରେ ୧ଲକ୍ଷ ୬୧ ହଜାର ୨୪୪ ହେକ୍ଟର, ୨୦୧୬-୧୭ରେ ୧ଲକ୍ଷ ୬୮ ହଜାର ୯୭୧ ହେକ୍ଟର, ୨୦୧୭-୧୮ରେ ୨ଲକ୍ଷ ୪୩ହଜାର ୬୬୩ ହେକ୍ଟର ଏବଂ ନଭେମ୍ବରରେ ୮୦ ହଜାର ୨୦୬ ହେକ୍ଟର ଜମି ଜଳସେଚନ ପାଇଁ ପ୍ରସ୍ତୁତ େହାଇଛି। ଏହିପରି େମାଟ ୭ଲକ୍ଷ ୮୬ ହଜାର ୯୩୭ ହେକ୍ଟର ଜମି ଜଳସେଚିତ େହାଇଛି।

ସମ୍ବନ୍ଧିତ ଖବର