ବଲାଙ୍ଗୀରରେ ନବାନ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ନବାନ୍ନ ଲାଗି ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ କରାଯିବା ସହିତ ଘୋଷଣା କରାଯାଇଛି। ଚିରାଚରିତ ପ୍ରଥାନୁଯାୟୀ ସମଗ୍ର ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର ସିଦ୍ଧାନ୍ତକ୍ରମ‌େ ପୂର୍ବତନ ପାଟଣାଷ୍ଟେଟ ତଥା ମହରାଜାଙ୍କ ଇଷ୍ଟଦେବୀ ମା ପାଟଣେଶ୍ବରୀ ଓ ମା ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଏବଂ ପରମ୍ପରା ଅନୁଯାୟୀ ଚଳିତ ବର୍ଷ ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ୨୦.୯.୨୦୨୩ ବୁଧବାର ବିଶୁଦ୍ଧ ଧନୁ ଲଗ୍ନେ ମିଥୁନ ନବାଂଶେ ଅମୃତ ବେଳାରେ ଦିବା ୧୦ ଘ ୨୮ମିରୁ ୧୦ ଘ ୪୧ ମି ମଧ୍ୟରେ ସମଗ୍ର ଜିଲ୍ଲାରେ ନବାନ୍ନ ବିଧି ଅନୁଷ୍ଠିତ ହେବ ବୋଲି ପାଟଣା ମହାରାଜାଙ୍କ ହାଉସ୍‌ହୋଲ୍‌ଡ ଅଫିସ, ଶୈଳଶ୍ରୀ ପେଲେସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର