ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ

ଜଟଣୀ: ଓଡ଼ିଶା ବ୍ୟାଡମିଣ୍ଟନ୍‌ ଆସୋସିଏସନ୍ ପକ୍ଷରୁ ଜଟଣୀ ଆଶ୍ରୟ ଇନ୍‌ଡୋର୍‌ ହଲ୍‌ରେ ଚାଲିଥିବା ୧୭ ବର୍ଷରୁ କମ୍‌ ରାଜ୍ୟସ୍ତରୀୟ ବାଳକ ଓ ବାଳିକା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ରାଜ୍ୟରୁ ବିଭିନ୍ନ ଜିଲ୍ଲାର ୨୩୪ଜଣ ବାଳକ/ବାଳିକା ଭାଗ ନେଇଥିଲେ। ଫାଇନାଲରେ ବାଳିକା ସିଙ୍ଗଲରେ ଗୀତାଶ୍ରୀ ଦେ’ ଚାମ୍ପିଅନ୍‌ ହୋଇଥିବା ବେଳେ ଆଦ୍ୟା ପାଢ଼ୀ ରନର୍ସ-ଅପ୍ ହୋଇଥିଲେ।

ବାଳକ ସିଙ୍ଗଲରେ ଏମ୍‌. ଭରଦ୍ବାଜ ଚାମ୍ପିଅନ୍‌ ହୋଇଥିବା ବେଳେ ବାପୁନ ରାଉତ ରନର୍ସ-ଅପ୍ ହୋଇଥିଲେ। ବାଳକ ଡବଲ୍ସରେ ଏସ୍. ଜେନା ଓ ଏସ୍. ମଲ୍ଲିକ ଚାମ୍ପିଅନ୍‌ ହୋଇଥିବା ବେଳେ ଏମ୍‌. ଭରଦ୍ୱାଜ ଓ ଏସ୍‌. ଜେନା ରନର୍ସ-ଅପ୍ ହୋଇଛନ୍ତି। ବାଳିକା ଡବଲ୍ସରେ ସୁଇଟ୍‌ପ୍ରିୟା ପ୍ରଧାନ ଓ ଜେସିକା ସାହୁ ଚାମ୍ପିଅନ୍‌ ଏବଂ ଏ. ମିଶ୍ର ଓ ଏ. ଦାସ ରନର୍ସ-ଅପ୍ ହୋଇଛନ୍ତି। ରେଫରି ସୁଧୀର ମିଶ୍ର, ଲକ୍ଷପତି ନନ୍ଦ, ସୁବାସ ଚନ୍ଦ୍ର ସାହୁ, ଦିଲ୍ଲୀପ ନାୟକଙ୍କ ସମେତ ଅନ୍ୟ ୫ଜଣ ରେଫରି ମ୍ୟାଚ୍‌ ପରିଚାଳନା କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ଅସୋସିଏସନ୍‌ର ସଭାପତି ମିହିର ରାୟ ମୁଖ୍ୟ ଅତିଥି, ଓଏସ୍‌ବିଏର ଉପସଭାପତି ପ୍ରଦୀପ ପଟ୍ଟନାୟକ, କାଉନସିଲର୍‌ ବିଷ୍ଣୁ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।

ସମ୍ବନ୍ଧିତ ଖବର