ଓଡ଼ିଶାରେ ବନ୍ଦ  

ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନ(ଏସ୍‌ସି/ଏସ୍‌ଟି ଆକ୍ଟ)ର ସଂଶୋଧନରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଦେଶବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଓଡ଼ିଶାରେ ବନ୍ଦ ପାଳନ କରାଯାଇଥିଲେ ବି ପୂରା ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳି ନ ଥିଲା। ଅଧିକାଂଶ ସ୍ଥାନରେ ଗାଡ଼ି, ମୋଟର୍‌ ଚଳାଚଳ ସ୍ୱାଭାବିକ ରହିଥିଲା। ବିଭିନ୍ନ ସ୍କୁଲ୍‌, ଅଫିସ୍‌, କୋର୍ଟ ଯଥାରୀତି ଚାଲିଥିଲା। ହାତ ଗଣତି କିଛି ଦୋକାନକୁ ଛାଡ଼ି ଦେଲେ ବହୁ ଦୋକାନ, ବଜାର,  ବାଣିଜ୍ୟିକ ପ୍ରତିଷ୍ଠାନ ଖୋଲା ରହିଥିଲା। ତେବେ ବହୁ ସ୍ଥାନରେ ପେଟ୍ରୋଲ ଟାଙ୍କି ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା।

ବନ୍ଦ ପାଳନକାରୀମାନେ ରାଜ୍ୟର ବିଭିନ୍ନ ଜିଲ୍ଲାର ମୁଖ୍ୟ ରାସ୍ତାଗୁଡ଼ିକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ଜାତୀୟ ରାଜପଥଗୁଡ଼ିକର ବିଭିନ୍ନ ସ୍ଥାନରେ ଯାନବାହନ ଚଳାଚଳ କିଛି ସମୟ ପାଇଁ ବ୍ୟାହତ ହେଉଥିଲା। କିଛି ସ୍ଥାନରେ ରେଳରୋକ କରାଯାଇଥିଲା। ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ୍‌ ସମେତ କାଁ ଭାଁ କିଛି ସ୍ଥାନରେ ଗଣ୍ଡଗୋଳକୁ ବାଦ୍‌ ଦେଲେ ବନ୍ଦ ଆପାତତଃ ଶାନ୍ତିପୂର୍ଣ୍ଣ ରହିଥିଲା।

ସମ୍ବନ୍ଧିତ ଖବର