‘ଆମ ଓଡ଼ିଶା, ନବୀନ ଓଡ଼ିଶା‘ କାର୍ଯ୍ୟକ୍ରମ ନେଇ ୨ ମନ୍ତ୍ରୀଙ୍କ ଆଲୋଚନା

ରାୟଗଡା: ରାୟଗଡ଼ା ଗସ୍ତରେ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତୁନୁ ସବ୍ୟସାୟୀ ଗୁରୁବାର ପହଞ୍ଚିଥିଲେ। ପରେ ରାୟଗଡ଼ା ଏବଂ କାଶୀପୁର ବ୍ଲକର ଅଧିକାରୀ ଏବଂ ଲୋକ ପ୍ରତିନିଧିମାନଙ୍କୁ ନେଇ ଆମ ଓଡ଼ିଶା ନବୀନ ଓଡିଶା ସଂପର୍କରେ ଆଇନ ମନ୍ତ୍ରୀ ଜଗନ୍ନାଥ ସରକା, ବିଧାୟକ ମକରନ୍ଦ ମୁଦୁଲି, ପୂର୍ବତନ ସାଂସଦ ଏନ.ଭାସ୍କର ରାଓ,ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷା ଅନୁସୟା ମାଝି, ପୂର୍ବତନ ସାଂସଦ ଝିନ୍ନ ହିକକା, ସୁଧୀର ଦାସ, ଲାଲବିହାରୀ ହିମିରିକା ପ୍ରମୁଖ ଉପସ୍ଥିତ ବିସ୍ତୃତ ଆଲୋଚନା କରିଥିଲେ।

ପ୍ରତ୍ୟେକ ପଞ୍ଚାୟତକୁ ସରକାରଙ୍କ ତରଫରୁ ୫୦ ଲକ୍ଷ ଟଂକାର ସହାୟତା ପ୍ରଦାନ କରାଯିବା ନେଇ ଅବଗତ କରାଯିବା ସହ ଏହି ପାଣ୍ଠିକୁ କିପରି ଲୋକଙ୍କ ସହ ଆଲୋଚନା କରାଯାଇ ବିନିଯୋଗ କରାଯିବ ସେନେଇ ଆଲୋଚନା କରିଥିଲେ।ପଞ୍ଚାୟତର ବିକାଶ ନେଇ ନବୀନ ସରକାର ବିଭିନ୍ନ ସମୟରେ ବିଭିନ୍ନ ସହାୟତା ପ୍ରଦାନ କରିଆସୁଥିବା କୁହାଯାଇଥିଲା। ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏଭଳି ବୈଠକ କରାଯାଇ ଅଧିକାରୀ ଏବଂ ଲୋକ ପ୍ରତିନିଧି ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଥିଲା। ଏହି ପାଣ୍ଠିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରି ଲୋକଙ୍କ ପାଖରେ ସରକାରଙ୍କର ଯୋଜନା ପହଞ୍ଚାଇବାକୁ ଚେଷ୍ଟା କରାଯାଇଛି। ପରେ ଦୁଇ ମନ୍ତ୍ରୀ ଗୁଣୁପୁର ଗସ୍ତ କରି ସେଠାରେ ମଧ୍ୟ ଅଧିକାରୀ ଏବଂ ଲୋକ ପ୍ରତିନିଧିମାନଙ୍କୁ ନେଇ ଏହି ଯୋଜନା ସଂପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର