Advertisment
Latest Posts
Advertisment
ରାଜ୍ୟ
ସ୍ନାନଯାତ୍ରା: ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ମେଳି, ବଡ଼ଦାଣ୍ଡରେ ଆଧ୍ୟାତ୍ମିକ ପରିବେଶ
ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ଶ୍ରୀମନ୍ଦିର ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ସ୍ନାନବେଦୀକୁ ଆସି ଭକ୍ତଙ୍କୁ ଦର୍ଶନ ଦେବେ।
ଜିଲ୍ଲା
ଟ୍ରାକ୍ଟର ଓଲଟି ଜଣେ ମୃତ, ୨ ଗୁରୁତର
ଯାଜପୁର ସଦର ଥାନା ଆଡଙ୍ଗ ବେଆଇନ ବାଲି ଖାଦାନରୁ ବାଲି ବୋହିବା କାର୍ଯ୍ୟ କରୁଥିବା ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଛି। ଗାଡ଼ିରେ ଚାପି ହୋଇ ହେଲପର ଅର୍ଜୁନ ନାୟକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି....
ଖେଳ
ଲର୍ଡସରେ ବିଶ୍ବ ଟେଷ୍ଟ୍ ଫାଇନାଲ୍ ଆଜିଠୁ: ବିଜେତାକୁ ୩୦ କୋଟି, ଉପବିଜେତାକୁ ୧୮ କୋଟି, ଭାରତ ପାଇବ ୧୨.୩୨ କୋଟି
ବୁଧବାରଠାରୁ ଐତିହାସିକ ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡ୍ରେ ୨୦୨୩-୨୫ ଚକ୍ରର ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗତ ସଂସ୍କରଣ ବିଜେତା ଅଷ୍ଟ୍ରେଲିଆ ସହ ମୁକାବିଲା କରିବ ପ୍ରଥମ ଥର ଫାଇନାଲିଷ୍ଟ୍ ଦକ୍ଷିଣ ଆଫ୍ରିକା।
ରାଜନୀତି
ବିହାର ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା: ଦଳ ଛାଡିଲେ ଚର୍ଚ୍ଚିତ ୟୁଟ୍ୟୁବର୍ ମନୀଷ କଶ୍ୟପ, ଖୋଲିଲେ ଗୁମର...
ବିଜେପିରେ ରହିବା ମାନେ ଦୁର୍ନୀତିକୁ ଢାଙ୍କି ରଖିବା । ମୁଁ ଏବେ ବିଜେପିର ସକ୍ରିୟ ସଦସ୍ୟ ନୁହେଁ । ମୁଁ ବିଜେପିରେ ରହି ନିଜକୁ ବଞ୍ଚାଇ ପାରିଲିନି ତ ଲୋକଙ୍କର କଣ ସାହାଯ୍ୟ କରିବି ?
ଅପରାଧ
ସେ ମୋ ପାଖକୁ ଆସିଲେ ମୋତେ ଭଲଲାଗୁନି: ପ୍ରେମିକଙ୍କୁ କହିଥିଲେ ସୋନମ
ସୋନମ୍ ରଘୁବଂଶୀ ଏବେ ଜାତୀୟ ଚର୍ଚ୍ଚା ପାଲଟିଛନ୍ତି। ତାଙ୍କ ଅନ୍ୟ ଜଣେ ଯୁବକ ସହ ପ୍ରେମ ସଂପର୍କ ଥିବା ସତ୍ତ୍ବେ ସେ କାହିଁକି ରାଜା ରଘୁବଂଶୀଙ୍କ ସହ ବିବାହ କରିବାକୁ ରାଜି ହେଲେ? ଏହି ପ୍ରଶ୍ନ ସାରା ଦେଶ ଗତ ୨ ଦିନ ହେଲେ ପଚାରି ଆସୁଛି ।
ମନୋରଞ୍ଜନ
ପରିବାର ଭୟରେ ବିବାହ ପାଇଁ ମନା କରି ପାରିଲେ ନାହିଁ କିନ୍ତୁ ହତ୍ୟା କରିଦେଲେ: କଙ୍ଗନା
କଙ୍ଗନା ରାଣାୱତ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, "ଏହା କେତେ ଅବାନ୍ତର !! ଜଣେ ମହିଳା ବିବାହକୁ ମନା କରିପାରିବେ ନାହିଁ କାରଣ ସେ ତାଙ୍କ ପିତାମାତାଙ୍କୁ ଭୟ କରନ୍ତି କିନ୍ତୁ ସେ ଜଣେ କଣ୍ଟ୍ରାକ୍ଟ କିଲର ସହିତ ହତ୍ୟା ଯୋଜନା କରିପାରିବେ।