ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ମାତ୍ର ୧୫୦ ଟି ଆସନରେ ଜିତିବ।
Sambad is now on WhatsApp
Join and get latest news updates delivered to you via WhatsApp
ସେ କହିଛନ୍ତି, ‘ମୁଁ ସିଟ୍ ର ପୂର୍ବାନୁମାନ କରୁନାହିଁ। ୧୫-୨୦ ଦିନ ପୂର୍ବରୁ ମୁଁ ଭାବିଥିଲି ଯେ ବିଜେପି ପ୍ରାୟ ୧୮୦ ଟି ଆସନରେ ଜିତିବ; କିନ୍ତୁ ବର୍ତ୍ତମାନ ମୁଁ ଭାବୁଛି ସେମାନେ ୧୫୦ ଟି ଆସନ ପାଇବେ’ ବୋଲି ରାହୁଲ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
‘ଆମେ ପ୍ରତ୍ୟେକ ରାଜ୍ୟରୁ ରିପୋର୍ଟ ପାଉଛୁ ଯେ ଆମେ ଉନ୍ନତି କରୁଛୁ। ଉତ୍ତରପ୍ରଦେଶରେ ଆମର ଏକ ଶକ୍ତିଶାଳୀ ମେଣ୍ଟ ରହିଛି ଏବଂ ଆମେ ବହୁତ ଭଲ ପ୍ରଦର୍ଶନ କରିବୁ’ ବୋଲି ସେ କହିଛନ୍ତି।
ଦାରିଦ୍ର୍ୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟକୁ ସମାଲୋଚନା କରି ରାହୁଲ କହିଛନ୍ତି, ‘ଦାରିଦ୍ର୍ୟକୁ ଏକାଥରକେ ଶେଷ କରାଯିବ ବୋଲି କେହି କହୁନାହାନ୍ତି, କିନ୍ତୁ ଆମେ ଏଥିପାଇଁ ଦୃଢ଼ ପ୍ରୟାସ କରିପାରିବା’।