ରାମନବମୀରେ ଶୋଭାଯାତ୍ରା ବେଳେ ଦୁର୍ଘଟଣା: ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ସୁନ୍ଦରଗଡ଼: ପବିତ୍ର ରାମନବମୀ ଅବସରରେ ଆୟୋଜିତ ବାଇକ ଶୋଭାଯାତ୍ରାରେ ଅଘଟଣ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ତୁମୁଳିଆ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ସବଡେଗା ଅଞ୍ଚଳର ବାସ୍ତବ ମାଝୀ (୧୭) ଓ ଅଭିମନ୍ୟୁ ବାଆ(୧୮)।

ସୂଚନା ଅନୁସାରେ ରାମନବମୀ ଅବସରରେ ଆଜି ବାଲିଶଙ୍କରା ଠାରୁ ସବଡେଗା ଅଭିମୁଖେ ଏକ ବାଇକ୍‌ ଶୋଭାଯାତ୍ରା ବାହାରିଥିଲା। ରାଲିରେ ଥିବା ଯୁବକମାନଙ୍କ ମଧ୍ୟରୁ ବାସ୍ତବ ଓ ଅଭିମନ୍ୟୁ ତଳସରା ଥାନା ତୁମୁଲିଆ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ବାଇକ୍‌ ଆରୋହୀମାନେ ଟ୍ରଲର ସହିତ ଧକ୍କା ହୋଇଥିଲେ।  ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଯାଇଛି। ଏହି ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଛି। ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

ସମ୍ବନ୍ଧିତ ଖବର