୫୨ବର୍ଷ ବୟସରେ ମିଳିଲା ଜୀବନସାଥୀ, କରିବେ ବିବାହ !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକମାନଙ୍କ ମଧ୍ୟରୁ ଜଣେ ହେଲେ ସୁଖବିନ୍ଦର ସିଂ | ବଲିଉଡକୁ ଅନେକ ହିଟ ଗୀତ ଦେଇଥିବା ସୁଖବିନ୍ଦର ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି | ତାଙ୍କୁ ଏବେ ୫୨ବର୍ଷ ବୟସ ହୋଇଥିବା ବେଳେ ସେ ବିବାହ କରିବାକୁ ଯାଉଥିବା ସାମ୍ନାକୁ ଆସିଛି | ୫୨ବର୍ଷ ହେଲାଣି ଏକା ଥିବା ସୁଖବିନ୍ଦର ଏବେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି କୁହାଯାଉଛି |

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, “ମୋ ଜୀବନକୁ ଜଣେ ଖାସ ମଣିଷ ଆସିସାରିଛନ୍ତି | ଆମେ ଖୁସିରେ ଅଛୁ | ମୁଁ ଏ ବିଷୟରେ ଆଗରୁ ଜଣାଇନଥିଲି କାରଣ ମୁଁ ଏହାକୁ ଚର୍ଚ୍ଚାର ବିଷୟ କରିବାକୁ ଚାହୁଁନଥିଲି | ଅନେକ କଳାକାର ସାଧାସିଧା ଭାବରେ ବିବାହ କରିଛନ୍ତି, ଯାହା ବିଷୟରେ କେହି ଜାଣନ୍ତି ନାହିଁ | ମୁଁ ମଧ୍ୟ ମୋ ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଥିବାରୁ ଏ ବିଷୟରେ କହିନଥିଲି | ଏଥିରେ ଲୁଚାଇବାର କିଛି ନାହିଁ |”

ତାଙ୍କର ଏଭଳି ଖୁଲାସା ପରେ ସେ ଖୁବ ଶୀଘ୍ର ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି |

ତେବେ ତାଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ସେ ଅନେକ ହିଟ ଫିଲ୍ମ ପାଇଁ ଗୀତ ଗାଇଛନ୍ତି | ରମତା ଯୋଗୀ, ତାଲ ସେ ତାଲ ମିଲେ, ଜଲବା ଜଲବା, ତୋ ରବା କି କରିଏ, ଦରଦ ଏ ଡିସ୍କୋ ଭଳି ଗୀତ ଗାଇଛନ୍ତି |

ସମ୍ବନ୍ଧିତ ଖବର