ଦୁର୍ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତ ନିର୍ଦେଶ ଦିଅନ୍ତୁ: ବିଜେପି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଦୁର୍ନୀତିରେ ବୁଡ଼ି ରହି ସ୍ୱଚ୍ଛତା କଥା କହୁଛନ୍ତିି। ଚାରା ଦୁର୍ନୀତି, ସମବାୟ ଦୁର୍ନୀତି, ଦୁଗ୍ଧ ଦୁର୍ନୀତି(ଓମ୍‌ଫେଡ୍‌) ତାଙ୍କର ଅସଲ ମୁଖା ଖୋଲି ଦେଇଛି। ଯଦି ମୁଖ୍ୟମନ୍ତ୍ରୀଙ୍କର ସତ୍‌ସାହସ ଅଛି, ଏ ସମସ୍ତ ଦୁର୍ନୀତିର ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ। ନହେଲେ ଏହି ପ୍ରସଙ୍ଗଗୁଡ଼ିକୁ ନେଇ ବିଜେପି ରାଜରାସ୍ତାରେ ଆନ୍ଦୋଳନ କରିବା ସହିତ ଅଦାଲତର ଆଶ୍ରୟ ନେବ ବୋଲି ଚେତାବନୀ ଦେଇଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଲେ ଯେ ଦିଲ୍ଲୀରୁ ଫେରି ମୁଖ୍ୟମନ୍ତ୍ରୀ ଉପରୋକ୍ତ ଦୁର୍ନୀତି ସଂପର୍କରେ ପଦେ ବି କହିନଥିଲେ। ଡା. ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କାର ବିଷୟରେ ସେ ଯାହା କହିଛନ୍ତିି ତାହା ତାଙ୍କ ଦଳର ଆଭ୍ୟନ୍ତରୀଣ ମାମଲା। କିନ୍ତୁ ରାଜ୍ୟବାସୀଙ୍କ ଆନ୍ଦୋଳିତ କରୁଥିବା ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀ ଉତ୍ତର ନଦେଇ ଏଡ଼ାଇଯିବା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟର ଚାଷୀ, ଜନଜାତି, ଦୁଗ୍ଧଚାଷୀ, କ୍ଷୀର କିଣୁଥିବା ସାଧାରଣ ଖାଉଟିମାନେ ଦୁର୍ନୀତି ଯୋଗୁଁ ଶୋଷଣର ଶିକାର ହେଉଥିବା ସେ ଅଭିଯୋଗ କରିଛନ୍ତି। ସେ ବୈଜୟନ୍ତ ପଣ୍ଡା ହୁଅନ୍ତୁ, ପ୍ରଫୁଲ ଘଡ଼େଇ ବା ଦାମୋଦର ରାଉତ, ଯିଏ ଦୁର୍ନୀତି କଥା ଉଠାଇଛନ୍ତି ସେମାନଙ୍କୁ ଦଳରୁ ବହିଷ୍କାର କରାଯାଇଛି। ସରକାର ଏବେ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନିରେ ପରିଣତ ହୋଇଛି।

ସମ୍ବନ୍ଧିତ ଖବର