ଆର୍‌ଆର୍‌ଆର୍‌ରେ ବ୍ରିଟିସ୍ ଷ୍ଟାର୍ ଓଲିଭିଆ ମୋରିସ୍

‘ବାହୁବଳୀ’ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜମୌଲିଙ୍କ ଆଗାମୀ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ରେ ବ୍ରିଟିସ୍ ନାୟିକା ଓଲିଭିଆ ମୋରିସ୍ ଅଭିନୟ କରିବେ। ଏନେଇ ଆଜି ସାମାଜିକ ଗଣମାଧ୍ୟମରେ ଟ୍ବିଟ୍ କରି ସୂଚନା ଦିଆଯାଇଛି। ଓଲିଭିଆ ଏହି ଚଳଚ୍ଚିତ୍ରରେ ଜୁନିଅର ଏନ୍‌ଟିଆର୍‌ଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ବ୍ରିଟିସ୍ ଚଳଚ୍ଚିତ୍ର ଜଗତରୁ ଓଲିଭିଆଙ୍କ ବ୍ୟତୀତ ଅଲିସନ୍ ଡୁଡି ଓ ରେ ଷ୍ଟିଭେନ୍‌ସନ୍ ଅଭିନୟ କରିବେ। ତେବେ ଓଲିଭିଆଙ୍କ ଫାଷ୍ଟ୍ ଲୁକ୍ ଜାରି ହେବା ପରେ ସାମାଜିକ ଗଣମାଧ୍ୟମରେ ସିନେପ୍ରେମୀଙ୍କ ଉତ୍ସାହ ଦେଖିବାକୁ ମିଳିଛି। ଏନ୍‌ଟିଆର୍‌ଙ୍କ ବ୍ୟତୀତ ରାମଚରଣ ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଆଗାମୀ ଅକ୍ଟୋବର ୧୩ରେ ସେ ଏହି ଚଳଚ୍ଚିତ୍ର ହିନ୍ଦୀ ଓ ତେଲୁଗୁ ଭାଷାରେ ବଡ଼ ପରଦାକୁ ଆସିବ।

ସମ୍ବନ୍ଧିତ ଖବର