ହୋଣ୍ଡା ଆଣିବ ଏକାଧିକ ଇଭି ମଡେଲ୍‌

ଗୁରୁଗ୍ରାମ: ଇଲେକ୍ଟ୍ରିକ୍ ଗାଡ଼ିକୁ ନେଇ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ ବଡ଼ ଯୋଜନା ରଖିଛି। ଏହା ଏକାଧିକ ଇଭି ମଡେଲ୍‌ ଆଣିବ ବୋଲି କଂପାନିର ସିଇଓ ଆତସୁସି ଓଗାତା କହିଛନ୍ତି। କେବଳ ‌ସେତିକି ନୁହେଁ କଂପାନି ଏକ ଲୋ-ଏଣ୍ଡ୍‌ ମୋଟରସାଇକଲ୍ ମଧ୍ୟ ଆଣିବ। ବିଦେଶରେ ମଧ୍ୟ ଏହାର କାରବାର ସମ୍ପ୍ରସାରଣ କରିବ। ଫ୍ଲେକ୍ସ-ଫୁଏଲ୍‌ ମଡେଲ୍‌ ସଂଖ୍ୟା ମଧ୍ୟ କଂପାନି ବଢ଼ାଇବ। ଫଳରେ ଇଭି ବ୍ୟବସ୍ଥାକୁ ରୂପାନ୍ତରିତ ହେବା କଂପାନି ଲାଗି ସହଜ ହୋଇପାରିବ। ଇଭି ମଡେଲ୍‌ଗୁଡ଼ିକର ଯଥାର୍ଥତାକୁ ଏବେ କଂପାନି ଜାଣିବାକୁ ସର୍ବେକ୍ଷଣ କରୁଛି। ଦେଶରେ ଏଥିପାଇଁ ଏକ ସାମଗ୍ରିକ ବ୍ୟବସ୍ଥା ବିକଶିତ କରିବାକୁ କଂପାନି ଚାହୁଛି। ହରିୟାଣାର ମାନେସରରେ ଥିବା ଗ୍ଲୋବାଲ୍ ରିସର୍ଚ ଫ୍ୟାକ୍ଟ୍ରିକୁ କଂପାନି ରପ୍ତାନି ହବ୍‌ରେ ପରିଣତ କରିବ। ନିଜ ଗାଡ଼ିଗୁଡ଼ିକ ଜରିଆରେ ହୋଣ୍ଡା ଦେଶର ୫ କୋଟିରୁ ଅଧିକ ପରିବାରରେ ଖୁସି ବାଣ୍ଟି ପାରିଛି ବୋଲି କଂପାନିର ନିର୍ଦେଶକ (ବିକ୍ରି ଓ ମାର୍କେଟିଂ) ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି।

ସମ୍ବନ୍ଧିତ ଖବର