ନୂଆ ବିଳାସମୟ ଗାଡ଼ି କିଣିଲେ ନୀତା ଅମ୍ବାନୀ; ନିଜ ହିସାବରେ କରାଇଛନ୍ତି ଡିଜାଇନ୍‌

ନୂଆଦିଲ୍ଳୀ: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀ ତାଙ୍କର ବିଳାସମୟ ଜୀବନଜାପନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏଥର ଚର୍ଚ୍ଚାର କାରଣ ବନିଛି ନିତାଙ୍କ ବିଳସମୟ କାର୍‌। ଅମ୍ବାନୀ ଘରର କାର୍‌ କଲେକ୍ସନ ଉପରେ ସାରା ଦେଶର ନଜର ରହିଥାଏ। ରିପୋର୍ଟରୁ ପ୍ରକାଶ ଯେ ଅମ୍ବାନୀଙ୍କ ଗ୍ୟାରେଜରେ ୧୫୦ ପ୍ରକାରର ଗାଡ଼ି ରହିଛି। ମାତ୍ର ନିତା ଅମ୍ବାନୀଙ୍କର ଏହି ନୂଆ କାର୍‌ ଟିକେ ଖାସ୍‌।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିତା ଅମ୍ବାନୀ ନିକଟରେ ଏକ ନୂଆ ରୋଲ୍‌ସ ରୟସ୍‌ ଫେଣ୍ଟମ୍‌ ୮ କିଣିଛନ୍ତି। ଯାହାକୁ ବିଶେଷ ଭ‌ାବେ କାର୍‌ର ମାଲିକଙ୍କ ଅନୁସାରେ ଡିଜାଇନ୍‌ କରାଯାଇଛି।

ନିତାଙ୍କର ଏହି ରୋଲ୍‌ସ ରୟସ୍‌ ଫେଣ୍ଟମ୍‌ ୮ ହେଉଛି ଏ‌କ୍ସଟେଣ୍ଡେଡ୍‌ ହ୍ବିଲ୍‌ ଭର୍ସନ। ଇଣ୍ଟର୍‌ନେଟ୍‌ରେ ଏହାର ଫଟୋ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେଉଛି। ଏହି କାର୍‌ ସିଟ୍‌ରେ ଏନ୍‌ଏମ୍‌ଏ ଲେଖା‌ହୋଇଛି। ଯାହାର ଅର୍ଥ ନୀତା ମୁକେଶ ଅମ୍ବାନୀ ବୋଲି ଅନୁମାନ କରାଯାଉଛି। ତେବେ ଏହି ଗାଡ଼ିକୁ ଯଦି କିଛି ନିଆରା ବନାଉଛି ତେବେ ହେଉଛି ଗାଡ଼ିର ରଂଗ।

ଏହା ସହିତ ଗାଡ଼ିରେ ରୋଲ୍‌ସ ରୟସ୍‌ର ଲୋଗୋ ରହିଛି। ଯଦିଓ ନିତା ଅମ୍ବାନୀଙ୍କ ଏହି କାର୍‌ର ଦାମ ଜଣାନାହିଁ, ତଥାପି ଭାରତୀୟ ବଜାରରେ ରୋଲ୍‌ସ ରୟସ୍‌ ଫେଣ୍ଟମ୍‌ ୮ ଇଡବ୍ଲୁବିର ଦାମ ୧୨ କୋଟି ଟଙ୍କା। ତେବେ ଗ୍ରାହକ ନିଜ ହିସାରେ ଗାଡ଼ିରେ ଯେଉଁ ସବୁ ଅଧିକ ଡିଜାଇନ୍‌ କରିବେ ତ ସେହି ଅନୁସାରେ ଅଧିକ ଟଙ୍କା ଲାଗିଥାଏ।

 

ସମ୍ବନ୍ଧିତ ଖବର