ବାଦାମବାଡ଼ିରେ ନକଲି ଆକ୍ବାଗାର୍ଡ ଯନ୍ତ୍ରାଂଶ ଠାବ ମାମଲା: ଗିରଫଦାରୀ ସଂଖ୍ୟା ବଢିବ

କଟକ: କଟକ ବାଦାମବାଡ଼ିରେ ନକଲି ଆକ୍ବାଗାର୍ଡ ଯନ୍ତ୍ରାଂଶ ଠାବ ମାମଲାର ତଦନ୍ତରୁ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ।  ନକଲି ଆକ୍ବାଗାର୍ଡ ଯନ୍ତ୍ରାଂଶ କାରବାର ପଛରେ ଏକ ରାକେଟ ଠାବ ହୋଇଛି। ଏନେଇ ପୁଲିସ ରିମାଣ୍ଡରେ ଥିବା ଅଭିଯୁକ୍ତମାନେ ମୁହଁ ଖୋଲିଛନ୍ତି।
ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ସୂଚନା ଅନୁଯାୟୀ, ରାଜ୍ୟ ବାହାରୁ ନକଲି କଞ୍ଚାମାଲ ଆସୁଥିଲା। ଅଭିଯୁକ୍ତମାନେ କ୍ୟାଣ୍ଡେଲ ୬୦ ଟଙ୍କାରେ ଆଣି ୪୫୦ ଟଙ୍କାରେ ବିକ୍ରି କରୁଥିଲେ।  ଏହି ନକଲି ଆକ୍ବାଗାର୍ଡ ଯନ୍ତ୍ରାଂଶର ଚେର ବିଭିନ୍ନ ଜିଲ୍ଲାକୁ ଲମ୍ବିଛି। ଗିରଫଦାରୀ ସଂଖ୍ୟା ଆଗକୁ ବଢିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର