ବିଦ୍ୟୁତ୍‌ ଆଘାତ​ରେ ଯୁବକ ମୃତ

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ଧୁରୁଡ଼ିଆମ୍ବ ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ବର୍ଗତ ଦିଲୀପ ମୁଣ୍ଡାଙ୍କ ପୁଅ ଅରୁଣ (୨୧)। ଆଜି ଅପରାହ୍‌ଣରେ ଅରୁଣ ବଗିଚାରେ ପାଣି ମଡ଼ାଇବା ପାଇଁ ଟୁଲୁପମ୍ପ ମରାମତି କରୁଥିଲେ।

ଏହି ସମୟରେ ସେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହରିଚନ୍ଦନପୁର ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ଲିଙ୍ଗରାଜ ସିଂହ ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର