ବିଜ୍ଞାନ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ନେତାଜୀଙ୍କ ପ୍ରତିମୂର୍ତ୍ତି ଅନାବରଣ

ଜୟପୁର: ସ୍ଥାନୀୟ ବିଜ୍ଞାନ ଇଣ୍ଟରନ୍ୟାସନାଲ୍ ସ୍କୁଲ, ଜୟପୁରର ପରିସରରେ ଭାରତୀୟ ସ୍ବାଧୀନତା ସଂଗ୍ରାମର ଅନନ୍ୟ ବିପ୍ଲବୀ ସଂଗ୍ରାମୀ ନେତାଜୀ ସୁବାଷ ବୋଷଙ୍କ ପୂର୍ଣ୍ଣ ଅବୟବ  ଅନାବରଣ କରାଯାଇଛି। ସମାଜସେବୀ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବିନୋଦିନୀ ସାନ୍ତରାପାତ୍ର ଏହି ମୂର୍ତ୍ତି ସ୍କୁଲକୁ ପ୍ରଦାନ କରିଥିବା ସୂଚନା ମିଳିଛି। ନେତାଜୀ ଜୟନ୍ତୀରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ପ୍ରକାଶ କୁମାର ନାୟକ ସଭାପତିତ୍ବ କରିଥିଲେ। ଟ୍ରଷ୍ଟ ଓ ପରିଚାଳନା ସମିତିର ସଭ୍ୟ କାଳୁରାମ ପଣ୍ଡା, ଅଶୋକ ମୁନ୍ଦ୍ରା, ସୁଶୀଳ ସାହୁ, ବିଶ୍ବ ରଞ୍ଜନ ସାହୁ, ଅଜୟ ରାଉତ, ନରେଶ ମହାକୁଳ, ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଓ ଡ଼ ମନୋରଞ୍ଜନ ପ୍ରଧାନ ପ୍ରମୁଖ  ଉପସ୍ଥିତ ଥିଲେ।  ଶିକ୍ଷକ  ବିରୁପାକ୍ଷ ମିଶ୍ର  ସ୍ବାଗତ ସଙ୍ଗୀତ ଗାନ କରିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ଜଗନ୍ନାଥ ମିଶ୍ର, ଶ୍ରୀମତି ସାନ୍ତ୍ରାପାତ୍ର, ଡ.ପ୍ରଧାନ, ସଭାପତି ଶ୍ରୀ ନାୟକ  ନେତାଜୀଙ୍କ ଜୀବନୀ ଓଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଆହ୍ବାନ ଦେଇଥିଲେ।  ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ନବମ ଶ୍ରେଣୀର ଛାତ୍ର ଅଶ୍ଳେଶ ପଣ୍ଡା ପରିଚାଳନା କରିଥିଲେ। ଶେଷରେ ଶିକ୍ଷକ ମନମୋହନ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ନେତାଜୀ ଜୟନ୍ତୀ
ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ବାଧୀନତା ଦେବି ବୋଲି କହିଥିଲେ ନେତାଜୀ ସୁବାସ ବୋଷ। ତାଙ୍କର ବଳିଦାନକୁ ଆଜି ବିଭିନ୍ନ ମହଲରେ ସ୍ମୃତିଚାରଣ କରାଯାଇଛି। ଜୟପୁର ପୌରପାଳିକା ପକ୍ଷରୁ ଜୟନଗର ନେତାଜୀ ସୁବାଷ ବୋଷ ପାର୍କରେ କାଉନସିଲର ଗୋପୀନାଥ ମହାନ୍ତି ଓ ସ୍ଥାନୀୟ ଲୋକେ ଭାଗ ନେଇ ପୁଷ୍ପମାର୍ଲ୍ୟ ଅର୍ପଣ କରି ଦିବସ ପାଳନ କରିଥିଲେ। ସେଭଳି ସଂଗୀତ ହୋଟେଲ ଛକରେ ଥିବା ପ୍ରତିମୂର୍ତ୍ତିରେ କାଉନସିଲର ପି. ରାମା ଦେବୀ , ବାଲା ରାୟ ପ୍ରମୁଖ ଭାଗ ନେଇ ପୁଷ୍ପମାଲ୍ୟ ଅର୍ପଣ କରି ଦିବସ ପାଳନ କରିଥିଲେ।

ସେଭଳି ଉପର କୋଲାବ ଯୋଜନା ଉଚ୍ଚ ବିଦ୍ୟାଳୟ, ଜଳସେଚନ ବସତି, ଜୟପୁର ଠାରେ ନେତାଜୀ ଜୟନ୍ତୀ ପାଳିତ ଅବସରରେ ଉପସ୍ଥିତ ଅଭିଭାବକ, ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ ନିଜ ନିଜ ର ମତ ଦେଇଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତପନ କିରଣ ତ୍ରିପାଠୀଙ୍କ ସଭାପତିତ୍ବରେ କଟକ ବଡ଼ ମେଡ଼ିକାଲରେ ସେବାରତ ଡାକ୍ତର ଅମୀୟ କୁମାର ଗୌଡ଼, ସ୍ବେଚ୍ଛାସେବୀ ଡ଼ଃ ଧରୀତ୍ରୀ ମହାକୁଡ଼ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନେତାଜୀଙ୍କ ଜୀବନୀ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ।
ଜୟପୁର ପୂଜ୍ୟପୂଜା ସଂସଦ ଜୟପୁର ତରଫରୁ ସ୍ଥାନୀୟ ଏମ୍ ଜି ରୋଡ଼ ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସ୍ମୃତିରେ ଜୟନ୍ତୀ ପାଳିତ ହୋଇଥିଲା। ସମାଜ ରେ ବଂଚିବାକୁ ହେଲେ ସୁବାଷ ଚନ୍ଦ୍ର ବୋଷଙ୍କ ଭଳି ସତ୍ୟନିଷ୍ଠ ହେବାକୁ ପଡିବ ବୋଲି ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ମତପୋଷଣ କରିଥିଲେ। ସଂସଦର ସଂପାଦକ ବୈରାଗୀ ଚରଣ ସାହୁଙ୍କ ତତ୍ବାବଧାନରେ ବନିତା ଏକ୍ଟିଭିଟଇ ପ୍ଲେ ସ୍କୁଲର ଛାତ୍ର ଛାତ୍ରୀ ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ସଂସଦର ସଭାପତି ଉଦୟ ଶଙ୍କର ଜାନୀଙ୍କ ସଭାପତିତ୍ବରେ ପଞ୍ଚାନନ ମିଶ୍ର, ପ୍ରମୋଦ ରାଉଳ, ମୃତ୍ୟୁଞ୍ଜୟ ସାହୁ,ଶୁଭସ୍ମିତା ସାହୁ,ନିକିତା ଗୌଡ଼,ଧରୀତ୍ରୀ ମହାରଣା,ସପ୍ନା ପଟ୍ଟନାୟକ,ପି ବାଲାଜି ରାଓ,ପୌର ପାରିଷଦ ପି ରାମ ଲକ୍ଷ୍ମୀ,ରାବଣା ପ୍ରମୁଖ ଯୋଗଦେଇ ଥିଲେ। ଶେଷରେ ସଂସଦର ଉପ ସଭାପତି ତପନ କିରଣ ତ୍ରିପାଠୀ ଧନ୍ୟବାଦ ଜଣାଇଥିଲେ।

 

ସମ୍ବନ୍ଧିତ ଖବର