ରକ୍ତଦାନ ଶିବିରରେ ୪୦ ୟୁନିଟ ରକ୍ତ ସଂଗ୍ରହୀତ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରସ୍ଥିତ ଟେକନୋୱାଲର୍ଡ ଡିଗ୍ରୀ କଲେଜ, ଶିମିଳିପାଳ କଲେଜ୍ ଅଫ୍ ନର୍ସିଂ କଲେଜ ଓ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଟେକନୋୱାଲର୍ଡ କଲେଜର ଅଧକ୍ଷ ଲଳିତ ମହୋନ ପ୍ରଧାନ, ମୁଖ୍ୟବ୍ୟକ୍ତା ଭାବେ ସ୍ତମ୍ଭକାର ଲଳିତ କୁମାର ମହାନ୍ତ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ସୂର୍ଯ୍ୟକାନ୍ତ ଘଣା, ଟେକନୋୱାଲର୍ଡର ଡାଇରେକ୍ଟର୍ ଇଂ ଉମାକାନ୍ତ ମହାନ୍ତ, ଅଧ୍ୟାପକ ଦାରାସିଂ ମହାନ୍ତ ପ୍ରମୁଖ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। କଲେଜର ପ୍ରଶାସନିକ ଅଧିକାରୀ ତଥା ଆଇନଜୀବୀ ଭବାନୀ ଶଙ୍କର ମହାନ୍ତି ଓ ସମ୍ବାଦ ଜିଲ୍ଲା ପ୍ରତିନିଧି ତଥା ଆମ ଓଡିଶା ସଂଯୋଜକ ତୁଷାର କାନ୍ତ ମହାନ୍ତଙ୍କ ନେତୃତ୍ୱରେ ଉକ୍ତ ଶିବିର ଆୟୋଜିତ ହୋଇଥିଲା। ପରିଚାଳନାରେ କରିଥିଲେ । ଏଥିରେ ମୋଟ ୪୦ ଜଣ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ରାଇରଙ୍ଗପୁର ରକ୍ତ ଭଣ୍ଡାର ଅଧିକାରିଣୀ ଡଃ ସ୍ମିତାଶ୍ରୀ ବିରୁଆ, ଏଲ.ଟି ଦେବବ୍ରତ ଗିରି, ମହେଶ ମହାନ୍ତ, ସୁପ୍ରିୟା ମହାନ୍ତ, ରହିତ୍ ବାରିକ, ଡିଏମଏ ସୁଜାତା ସ୍ୱାଇଁ, ହେମେନ୍ଦ୍ର ବାରିକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଶେଷରେ ରାଇରଙ୍ଗପୁର ସମ୍ବାଦ ଜିଲ୍ଲା ପ୍ରତିନିଧି ତୁଷାର କାନ୍ତ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ରକ୍ତଦାତା ମାନେ ହେଲେ: ଚର୍ତୁଭୂଜ ସାହୁ, ପ୍ରଦୂତ୍ୟ କୁମାର ଗିରି, ଝରଣା ମହାନ୍ତ, ସିପୁନ ମହାନ୍ତ, ତନୁଶ୍ରୀ ଜେନା, ସୁପ୍ରଭା ମଲ୍ଲିକ୍, ଯବା ମୁର୍ମୁ, ଆରସୁ ମୁର୍ମୁ, ଜ୍ୟାତି କିଶୋର ମହାନ୍ତ, ଆଲୋକ ରଞନ ମହାନ୍ତ, ଅମରଜିତ ମହାନ୍ତ, ଅମରଦୀପ ମହାନ୍ତ, ଭକ୍ତ ଚନ୍ଦନ ଖୁଣ୍ଟିଆ, ତପନ କୁମାର କାରୁଆ, ଲାଲ ମହୋନ ପାତ୍ର, ପିଣ୍ଟୁ ମହାନ୍ତ, ଚନ୍ଦନ ମିଶ୍ର, ଗବିନ୍ଦ ସୋରେନ, ସହଦେବ ମହାନ୍ତ, ଦୁର୍ଯ୍ୟୋଧନ ଗିରି, ସୋନାଲି ହେମ୍ବ୍ରମ, ଅବିନାଶ ବାରିକ, ବୁଦେଇ ମାଝୀ, ସତ୍ୟଜିତ୍ ମହାନ୍ତ, ପ୍ରଭଂଜନ ମହାନ୍ତ, ଅଂଜନୀ ମୁଣ୍ଡା, ତ୍ରିହାନ ମଦନ ପିଙ୍ଗୁଆ, ଯତିନ କୁମାର ମହାନ୍ତ, ଟିକିନା ମହାନ୍ତ, କ୍ରୀଷ୍ନା ହାଁସଦାଃ, ଆକାଶ ପାଲ୍, ମିହିର୍ ଦାସ, ରହିତ୍ କୁମାର ମହାନ୍ତ, ସଚିନ୍ କୁମାର ମହାନ୍ତ, ସଂଦୀପ ମହାନ୍ତ, ଧୀରଜ୍ ମହାପାତ୍ର, ସନତ୍ କୁମାର ସାହୁ, ଟୁଲୁ ପରିଡା, ତୁଷାର ଜେନା ପ୍ରମୁଖ।

 

ସମ୍ବନ୍ଧିତ ଖବର