ତେଲେଙ୍ଗାନାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ୩ ଦିନ ପରେ ଘରକୁ ଫେରିଲା ମୃତଦେହ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି ଦାଦନ ଶ୍ରମିକଙ୍କ ଦୁଖ ଦେଖିବାକୁ ମିଲିଛି। ପେଟ ପାଇଁ ରାଜ୍ୟ ବାହାରକୁ ଯାଇ ବର୍ତ୍ତମାନ ଶ୍ରମିକଙ୍କ ମୃତଦେହ ଆଜି ନିଜ ଘରକୁ ଫେରିଥିବା ବେଲେ ପରିବାର ଲୋକ ଭାଙ୍ଗିପଡ଼ିଛନ୍ତି। ଏପରି ଏକ ଦାଦନ ଶ୍ରମିକଙ୍କ ଦୁଃଖ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା କର୍ଲକୋଟ ପଞ୍ଚାୟତ ଅନ୍ତର୍ଗତ କିରେଝୋଲା ଗ୍ରାମରେ।

ଗ୍ରାମର ଇନ୍ଦ୍ରଜିତ ଚିନ୍ଦା (୩୫) ନୂଆଁଖାଇ ପରେ ସ୍ଥାନୀୟ ଶ୍ରମିକ ଦଲାଲ ଶଙ୍କର ମାଝୀଙ୍କ ଠାରୁ୨୦ ହଜାର ଟଙ୍କା ଅଗ୍ରୀମ ନେଇ କଣ୍ଟାବାଞ୍ଜି ରେଲୱ ଷ୍ଟେସନରୁ ତେଲେଙ୍ଗାନା ରାଜ୍ୟ ନିଜାମବାଦ ଜିଲ୍ଲା ମୁଲେଙ୍ଗ ଗ୍ରାମର ଏକ ଇଟାଭାଟିରେ କାମ କରୁଥିଲେ। ୨୩ ତାରିଖ ଦିନ ୨ଟାରେ ସମୟରେ କ୍ଷୀର ଆଣିବାକୁ ଯାଇଥିଲେ। ସଂଧ୍ୟାରେ ଇଟାଭାଟି ମାଲିକ ଇଟାଭାଟି ପାଖରେ ଇନ୍ଦ୍ରଜିତ ଚନ୍ଦାଙ୍କ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ଇନ୍ଦ୍ରଜିତଙ୍କ ଭାଇ ବରୁଣ ଚନ୍ଦାକୁ ଜଣାଇଥିଲେ। ଘଟଣାସ୍ଥଳରେ ଭାଇ ପହଞ୍ଚି ଇଟାଭାଟି ମାଲିକଙ୍କ ସହ ଏକ ଟ୍ରକ୍ଟର ଯୋଗେ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତରଖାନରେ ଡାକ୍ତର ଇନ୍ଦ୍ରଜିତ ଚିନ୍ଦାକୁ ମୃତ ଘୋଷଣ କରିଥିଲେ। ପରେ ଏହାକୁ ନେଇ ମୁଗପାଲ ଥାନାରେ ଏକ ଅଭିଯୋଗ କରିଥିଲେ। ଇଟାଭାଟି ମାଲିକ ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ପଠାଇଥିଲେ।

୩ ଦିନ ପରେ ଆଜି ନିଜ ଗାଁରେ ଇନ୍ଦ୍ରଜିତ ଚନ୍ଦାଙ୍କୁ ମୃତଦେହ ପହଞ୍ଚିଥିବା ବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି। ମୃତ ଇନ୍ଦ୍ରଜିତଙ୍କୁ ସ୍ତ୍ରୀ ଧନମତୀ ଚନ୍ଦା ୨ଟି ପୁଅ ଓ  ଓ ଗୋଟିଏ ଝିଅ ରହିଛି। ସ୍ବାମୀଙ୍କ ମୃତ୍ୟୁ ପରେ ପରିବାର ବେସାହାରା ହୋଇପଡ଼ିଛି। ନୂଆପଡ଼ା ଜିଲ୍ଲା ଶ୍ରମ ଅଧିକାରୀ ରବିନ୍ଦ୍ର ବାର୍ଲାଙ୍କୁ ପଚାରିବାରୁ କହିଛନ୍ତି ଯେ ମୃତ ଶ୍ରମିକ ପଞ୍ଜିକରଣ କରି ଯାଇଛନ୍ତି ତାହେଲେ ପରିବାରଙ୍କୁ ତୁରନ୍ତ ସରକାର ପକ୍ଷରୁ କ୍ଷତିପୂରଣ ଦିଆଯିବ। ଶ୍ରମିକ ଦଲାଲ ଯଦି ପଞ୍ଜିକରଣ ନକରି ଶ୍ରମିକ ନେଉଛନ୍ତି, ତାହେଲେ ନେଇ ଥିବା ଶ୍ରମିକ ଦଲାଲ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର