ଟେଲିଭିଜନରେ ସମସ୍ତଙ୍କୁ ଦେଖିଲି ତତେ କାହିଁକି ଦେଖି ପାରିଲି ନାହିଁ ବୋଲି ମା’ ପଚାରିଥିବା ପ୍ରଶ୍ନର ଉତ୍ତର ଦେଲେ ଅନୁପମ

 ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ୫୦୦ବର୍ଷର ଅ‌ପେକ୍ଷା ପରେ ଯାଇ ପ୍ରଭୁ ରାମଲଲ୍ଲାଙ୍କ ଜାନୁଆରି ୨୨ ତାରିଖରେ ଧୁମଧାମରେ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ଏହି ଐତିହାସିକ ମୂହୁର୍ତ୍ତରେ ଅନେକ କଳାକାର ବି ସାମିଲ ଥିଲେ।

ଏହି କ୍ରମରେ ଅନୁପମ ଖେର ବି ସାମିଲ ହୋଇଥିଲେ । ନିମନ୍ତ୍ରିତ ଅତଥି ଯେଭଳି ଭାବେ ରାମଲଲ୍ଲାଙ୍କ ଦର୍ଶନ କରିଥିଲେ ଅନୁପମ ବି ସେମିତି କରିଥିଲେ କିନ୍ତୁ ଏଥିରେ ତାଙ୍କ ମନ ନଭରିବାରୁ ସେ ସାଧାରଣଲୋକଙ୍କ ଭିଡ଼ ଭିତରେ ପ୍ରବେଶ କରି ରାମଲଲ୍ଲାଙ୍କ ଦର୍ଶନ କରିଥିଲେ।

ଅଯୋଧ୍ୟାରୁ ଫେରିବା ପରେ ଅନୁପମ ତାଙ୍କ ମା’ଙ୍କ ପାଇଁ ପ୍ରସାଦ ନେଇ ଯାଇଥିଲେ। ଏହି ପ୍ରସାଦ ପାଇବା ପ‌ାଇଁ ଅନୁପମଙ୍କ ମା’ ଉତ୍ସାହର ସହ ଅପେକ୍ଷା କରିଥି‌ଲେ। ଯାହାକି ପୁଅ ଘରେ ପହଞ୍ଚିବା ପରେ ପୂରଣ ହୋଇଥିଲା।

ପୁଅ ଠାରୁ ପ୍ରସାଦ ପାଇବା ପରେ ଅନୁପମଙ୍କ ମା’ ଖୁବ ଖୁସି ହୋଇଯାଇଥିଲେ। ଆଉ କହିଥିଲେ, ‘ଟେଲିଭିଜନରେ ପ୍ରଭୁ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ଦେଖି ମୋତେ ଖୁବ ଭଲ ଲାଗିଥିଲା। ଯେମିତି ଲାଗୁଥିଲା ପ୍ରଭୁ ରାମ ସ୍ବୟଂ ଆସିଛନ୍ତି। ଆଚ୍ଛା ‌ଟେଲିଭିଜନରେ ମୁଁ ସମସ୍ତଙ୍କୁ ଦେଖିଲି ତତେ ତ ଦେଖି ପାରିଲି ନାହିଁ।’

ମା’ଙ୍କ ଏଭଳି ପ୍ରଶ୍ନର ଉତ୍ତର ଦେଇ ଅନୁପମ କହିଥିଲେ,‘ ଛାଡ଼ ନା ମୋତେ ତ ସବୁବେଳେ ଦେଖୁଛୁ। ତୁ ପ୍ରଭୁ ରାମଙ୍କୁ ଦେଖିଲୁ ତ ବାସ ସେତିକି ଆବଶ୍ୟକ।’

ସମ୍ବନ୍ଧିତ ଖବର