ଅର୍ଚ୍ଚିତାଙ୍କ ଷାଠିଏ ଦଶକର ଲୁକ୍

ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ସାମାଜିକ ଗଣମାଧ୍ୟମରେ ବହୁତ ସକ୍ରିୟ ଅଛନ୍ତି। ଖାସ୍ କରି ଇନ୍‌ଷ୍ଟାଗ୍ରାମରେ ପ୍ରତିଦିନ ସେ କିଛି ପୋଷ୍ଟ କରନ୍ତି। ସେ ସୁଟିଂ ସେଟ୍‌ର ଫଟୋ ହେଉ ଅବା କୁଆଡ଼େ ବୁଲୁଥିବା ସମୟର। ତେବେ ନିକଟରେ ଅର୍ଚ୍ଚିତା ଏକ ଷାଠିଏ ଦଶକର ଅର୍ଥାତ୍ କଳା ଧଳା ସମୟର ଅଭିନେତ୍ରୀଙ୍କ ପରି ସଜ ହୋଇ ଏକ ଫଟୋ ଛାଡ଼ିଛନ୍ତି। ଫଟୋରେ ସେ ଲେଖଛନ୍ତି, କଳା ଧଳା ସମୟରେ ତୁମର ପ୍ରିୟ ଅଭିନେତ୍ରୀ କିଏ ଥିଲେ? ଏହା ସହିତ ସେ ତାଙ୍କର ପ୍ରିୟ ଅଭିନେତ୍ରୀ ମଧୁବାଲା ବୋଲି ଉଲ୍ଲେଖ କରିଛନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କୁ ପୋଷ୍ଟରେ କଳା ଧଳା ସମୟରେ ନିଜ ନିଜ ପ୍ରିୟ ଅଭିନେତ୍ରୀଙ୍କ ନାଁ’ ଲେଖିଛନ୍ତି। ଜଣେ ୟୁଜର୍ସ ଅର୍ଚ୍ଚିତାଙ୍କୁ ମୀନା କୁମାରୀଙ୍କ ପରି ଦିଶୁଥିବା କହିଛନ୍ତି।

ସମ୍ବନ୍ଧିତ ଖବର