ମାସ ମାସ ଧରି ନିଜକୁ ରୁମ୍‌ରେ ବନ୍ଦ କରି ରଖିବା ସହ କାହା ସହିତ କଥା ହେଉନଥିଲେ ‘ଗଦର-୨’ ଅଭିନେତ୍ରୀ

ମୁମ୍ବାଇ: ‘ଗଦର-୨’ର ଅଭିନେତ୍ରୀ ସିମରତ କୌର୍‌ ରନ୍ଧୱା ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ରିଲିଜ୍‌ ହେବା ପୂର୍ବରୁ ଅଭିନେତ୍ରୀ ତାଙ୍କ ଅତୀତର କଷ୍ଟ ଦିନଗୁଡ଼ିକୁ ମନେ ପକାଇଛନ୍ତି। ସେ କହିଛନ୍ତି ଯେ ଅଭିନେତ୍ରୀ ବନିବା ଭିତରେ ତାଙ୍କୁ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡ଼ିଛି। ତାଙ୍କୁ ଭାଙ୍ଗିଦେବା ପରି ଅନେକ ପରିସ୍ଥିତି ଆସିଛି। ମାତ୍ର ସେ ଭାଙ୍ଗି ପଡ଼ିନାହାନ୍ତି। ସମସ୍ୟାକୁ ହରାଇ ସେ ଆଗକୁ ବଢ଼ିଛନ୍ତି।

ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ରେ ଛପା ଯାଇଥିବା ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସିମ୍‌ରତ କହନ୍ତି, ‘ଅଭିନେତ୍ରୀ ବନିବା ପରେ ମୁଁ ଏହା ଜାଣିପାରିଲି ‌ଯେ ପ୍ରତ୍ୟେକ ଲୋକଙ୍କୁ ଉଚିତ ସମୟ ପାଇଁ ଅପେକ୍ଷା କରିବାକୁ ପଡ଼ିଥାଏ। ପରିଶ୍ରମ କରିବାକୁ ପଡ଼ିଥାଏ। ଯଦି ଆପଣ ଜଣେ ଅଉଟ୍‌ସାଇଡର୍‌ ହୋଇଥାନ୍ତି ତ କିଛି ବି ସହଜ ହୋଇନଥାଏ।’

‘ମୋ ପାଇଁ ଏସବୁ ଖୁବ୍ କଷ୍ଟକର ଥିଲା। ମୋର ସେପରି କେହି ଚିହ୍ନା ନଥିଲେ, ଯିଏ ମୋ ପାଇଁ କହିଥାଆନ୍ତେ କି ମୁଁ ଅଭିନୟରେ ଆଗ୍ରହୀ। ଏହି ଯାତ୍ରା ଖୁବ୍‌ କଠିନ। ସାଉଥ୍‌ ଫିଲ୍ମରେ ଅଭିନୟ କଲି ସତ, କିନ୍ତୁ ପ୍ରଥମ ଫିଲ୍ମ ପରେ ହିଁ ମୋତେ ଜଣାନଥିଲା ମୁଁ କ’ଣ କରିବି। ମୋର ପ୍ରଡକ୍ସନ ହାଉସ୍‌ ସହ ଯୋଗାଯୋଗ ହେଉଥିଲା। ସେମାନେ ମୋ କାମକୁ ପ୍ରଶଂସା କରୁଥିଲେ। ହେଲେ ଏହା ଆଗକୁ ଆଉ କିଛି ବି ହେଉନଥିଲା’ ବୋଲି ସେ କହିଛନ୍ତି।

ସେ ଆହୁରି ବି କହିଛନ୍ତି ଯେ କ୍ୟାରିୟର୍‌ରେ କିଛି କରିପାରୁନଥିବା କାରଣରୁ ୨୦୧୯ ମସିହାରେ ଅଭିନେତ୍ରୀ ଡିପ୍ରେସନ୍ (ବିଷାଦ)କୁ ଚାଲି ଯାଇଥିଲେ। ମାସ ମାସ ଧରି ନିଜକୁ ବନ୍ଦ କୋଠରୀରେ ରଖିବା ସହ ସମସ୍ତଙ୍କ ସହ କଥାବାର୍ତ୍ତା ବି ବନ୍ଦ କରି ଦେଇଥିଲେ ସେ। ପରବର୍ତ୍ତୀ ସମୟରେ ସେ ଏଥିରୁ ମୁକୁଳି ପରିସ୍ଥିତିର ସାମ୍ନା କରିଥିଲେ।

ସମ୍ବନ୍ଧିତ ଖବର