ବିଧାନ ପରିଷଦର ଗଠନ: ଓଡ଼ିଶା ପ୍ରସ୍ତାବ ଉପରେ ଚାଲିଛି ବିଚାରବିମର୍ଶ: ରିଜିଜୁ

ନୂଆଦିଲ୍ଲୀ : ଓଡ଼ିଶା, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଆସାମ ବିଧାନସଭା ଦ୍ବାରା ସେମାନଙ୍କ ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ପ୍ରସ୍ତାବ ପାରିତ ହୋଇଛି। କେନ୍ଦ୍ର ସରକାର ଉକ୍ତ ପ୍ରସ୍ତାବଗୁଡ଼ିକର ତର୍ଜମା ସହ ସମ୍ବନ୍ଧିତ ରାଜ୍ୟମାନଙ୍କ ସହ ବିଚାରବିମର୍ଶ କରୁଛନ୍ତି। ଏହି ପ୍ରସଙ୍ଗରେ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ଦିଆଯାଇ ପାରିବ ନାହିଁ। ଆଜି ଲୋକସଭାରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ବିଧାନ ପରିଷଦ ଗଠନକୁ ନେଇ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁ।

ସମ୍ବନ୍ଧିତ ଖବର