ଇସ୍ରାଏଲ ଉପରେ ପ୍ରତିଶୋଧ ନେବ ଇରାନ ! ଆକ୍ରମଣ ପାଇଁ କରୁଛି ପ୍ରସ୍ତୁତି

ତେହେରାନ: ସିରିଆରେ ଥିବା ନିଜ ଦୂତାବାସ ଉପରେ ଆକ୍ରମଣ ପରେ ଇସ୍ରାଏଲ ଉପରେ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି ଇରାନ । ଏହା ସହିତ ଏହି ମାମଲାରେ ମୁଣ୍ଡ ନପୁରାଇବାକୁ ଆମେରିକାକୁ ବି ଚେତାବନୀ ଦେଇଛି ଇରାନ । ତେବେ ଇରାନର ଏହି ଧମକ ଉପରେ ଇସ୍ରାଏଲ କୌଣସି ଜବାବ ଦେଇନାହିଁ । ତେବେ ଇରାନ ଆକ୍ରମଣକୁ ରୋକିବାକୁ ଇସ୍ରାଏଲ ନିଜର ଜିପିଏସ ନାଭିଗେସନ ସିଷ୍ଟମକୁ ବନ୍ଦ କରିଦେଇଛି ।

ଇରାନ ରାଷ୍ଟ୍ରପତିଙ୍କ ‘ଡେପୁଟି ଚିଫ୍ ଅଫ୍ ଷ୍ଟାଫ୍’ ମହମ୍ମଦ ଜାମସିଦି ଆମେରିକାକୁ କହିଛନ୍ତି, ଆମେରିକା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଜାଲରେ ନ ପଡ଼ୁ। ଯଦି ଆମେରିକା ନିଜର କୌଣସି କ୍ଷତି କରିବାକୁ ଚାହୁଁନି, ତେବେ ଏହି ପ୍ରସଙ୍ଗରୁ ଦୂରେଇ ରହୁ ।

ସେମାନଙ୍କ ଟାର୍ଗେଟ ଉପରେ ଆକ୍ରମଣ ନ କରିବାକୁ ଆମେରିକା ତାଙ୍କ ଚେତାବନୀର ଜବାବ ଦେଇଛି ବୋଲି ଜାମସିଦି କହିଛନ୍ତି। ଆମେରିକୀୟ ଅଧିକାରୀଙ୍କ ଉଦ୍ଦେଶ୍ୟରେ ସିଏନ୍ଏନ୍ ଏହାର ରିପୋର୍ଟରେ ଲେଖିଛି, ଇରାନର ଚେତାବନୀକୁ ନେଇ ଆମେରିକୀୟ ସେନା ହାଇ ଆଲର୍ଟରେ ରହିଛି। ‘

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏପ୍ରିଲ ପହିଲାରେ ଇସ୍ରାଏଲ ସିରିଆରେ ଥିବା ଇରାନ ଦୂତାବାସ ନିକଟରେ ଏୟାରଷ୍ଟ୍ରାଇକ୍ କରିଥିଲା। ଏଥିରେ ଇରାନର ଦୁଇ ଜଣ ସେନା କମାଣ୍ଡରଙ୍କ ସମେତ ୧୩ ଜଣ ନିହତ ହୋଇଥିଲେ। ଏହାପରେ ଇରାନ ଇସ୍ରାଏଲ ଉପରେ ପ୍ରତିଶୋଧ ନେବାକୁ ଧମକ ଦେଇଥିଲା।

ସମ୍ବନ୍ଧିତ ଖବର