ଏଲ୍‌ଜିବିଟିକ୍ୟୁଆଇଏ ମାତାପିତାଙ୍କ ସିଜେଆଇଙ୍କୁ ଚିଠି: ‘ସ୍ବତନ୍ତ୍ର ବିବାହ ଆଇନରେ ସ୍ବୀକୃତି ମିଳୁ’

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟରେ ସମଲିଙ୍ଗୀ ଦମ୍ପତିଙ୍କ ବିବାହକୁ ଆଇନଗତ ମାନ୍ୟତା ଦେବା ନେଇ ମାମଲାର ଶୁଣାଣି ଚତୁର୍ଥ ଦିନରେ ପହଞ୍ଚିଛି। ଏହି ଅବସରରେ ଏଲ୍‌ଜିବିଟିକ୍ୟୁଆଇଏ+ ଗୋଷ୍ଠୀର ମାତାପିତାଙ୍କ ସଂଗଠନ ‘ସ୍ବୀକାର – ଦ ରେନବୋ ପ୍ୟାରେଣ୍ଟସ’ ତାଙ୍କ ପିଲାଙ୍କ ଅଣପାରମ୍ପରିକ ବିବାହକୁ ସ୍ବୀକୃତି ଦେବା ପାଇଁ ଦାବି କରି ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି। ଏହି ମାମଲାର ଶୁଣାଣି ଏବେ ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ୫ ଜଣିଆ ସମ୍ବିଧାନ ବେଞ୍ଚରେ ଚାଲିଛି।

‘ସ୍ବୀକାର’ ହେଉଛି ଦେଶର ୪୦୦ରୁ ଊର୍ଦ୍ଧ୍ବ ସମଲିଙ୍ଗୀଙ୍କ ମାତାପିତାଙ୍କ ସଂଗଠନ। ଚିଠିରେ ଏହି ସଂଗଠନ ପକ୍ଷରୁ ଲେଖାଯାଇଛି- ଆମେ ଚାହୁ ଆମ ପିଲା ଓ ସେମାନଙ୍କ ସାଥୀଙ୍କ ସମ୍ପର୍କକୁ ସ୍ବତନ୍ତ୍ର ବିବାହ ଆଇନ ଅନୁଯାୟୀ ସ୍ବୀକୃତି ମିଳୁ। ଏତେବଡ଼ ଦେଶରେ ସବୁବେଳେ ବିବିଧତାକୁ ସମ୍ମାନ ଦିଆଯାଇ ଆସୁଥିବା ବେଳେ ଆମ ପିଲାଙ୍କ ବିବାହ ପାଇଁ ମଧ୍ୟ ଆଇନର ଦରଜା ଖୋଲୁ। ଆମେ ଅନୁଭବ କରୁଛୁ ଯେ ଆମ ପିଲାଙ୍କ ଜୀବନ, ସେମାନଙ୍କ ଅନୁଭବ ଓ ଇଚ୍ଛା ବୈଧ। ଆମେ ଆଶା କରୁଛୁ, ଆଜି ଯେଉଁମାନେ ବିବାହ ସମାନତାକୁ ବିରୋଧ କରୁଛନ୍ତି, ସେମାନେ ବି କ୍ରମେ ଏହା ବୁଝିପାରିବେ। ଆମ ପିଲାଙ୍କୁ ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର ଦିଆଯାଉ। ଆମେ ଆଶା କରୁଛୁ ଜୀବନକାଳ ଭିତରେ ଆମ ପିଲାଙ୍କ ବିବାହ ଦେଖିବୁ ବୋଲି ସେମାନେ ଏହି ଚିଠିରେ ଲେଖିଛନ୍ତି।

ସମ୍ବନ୍ଧିତ ଖବର