ନୂପୁରଙ୍କ ନିବେଦନ ଉପରେ ସୁପ୍ରିମକୋର୍ଟ ବିଚାରପତିଙ୍କ ମନ୍ତବ୍ୟକୁ ବିରୋଧ କରି ଖୋଲା ଚିଠି ଲେଖିଲେ ୧୫ ପୂର୍ବତନ ବିଚାରପତି

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କୁ ନେଇ ବିଜେପିର ପୂର୍ବତନ ଜାତୀୟ ପ୍ରବକ୍ତା ନୂପୁର ଶର୍ମା ଦେଇଥିବା ବୟାନ ପାଇଁ ଦେଶରେ ହିଂସା ଓ ଅସନ୍ତୋଷ ବଢ଼ୁଥିବା ବେଳେ ଏବେ ଏ ମାମଲାରେ ସୁପ୍ରିମକୋର୍ଟ ବିଚାରପତି ଦେଇଥିବା ମନ୍ତବ୍ୟକୁ  ମତଭେଦ ଆରମ୍ଭ ହୋଇଥିବା ଦେଖାଯାଇଛି। ନୂପୁର ଶର୍ମା ତାଙ୍କ ବିରୋଧରେ ଦେଶର ବିଭିନ୍ନ ସହରରେ ରୁଜୁ ହୋଇଥିବା ଏତଲାକୁ ଏକତ୍ର ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଏହାର ଶୁଣାଣି ସମୟରେ ଖଣ୍ଡପୀଠ ‌ଦେଇଥିବା ମନ୍ତବ୍ୟକୁ ଏବେ ବିରୋଧ କରାଯାଉଥିବା ଦେଖାଯାଇଛି। ୧୧୭ଜଣ ନାଗରିକ ସୁପ୍ରିମକୋର୍ଟ ବିଚାରପତିଙ୍କ ମନ୍ତବ୍ୟକୁ ବିରୋଧ କରି ଏବେ ଖୋଲା ଚିଠି ଲେଖିଛନ୍ତି। ଏମାନଙ୍କ ମଧ୍ୟରେ ସୁପ୍ରିମକୋର୍ଟର ୧୫ ଜଣ ପୂର୍ବତନ ବିଚାରପତି, ୭୭ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ଏବଂ ୨୫ଜଣ ପୂର୍ବତନ ସେନା ଅଧିକାରୀ ଅଛନ୍ତି।

ଏହି ଚିଠିରେ କୁହାଯାଇଛି ଯେ ସୁପ୍ରିମକୋର୍ଟର ବିଚାରପତିମାନେ ମନ୍ତବ୍ୟ ମାଧ୍ୟମରେ ନିଜର ଲକ୍ଷ୍ମଣ ରେଖା ପାର କରିଛନ୍ତି। ଏହା ବ୍ୟତୀତ ତୁରନ୍ତ ଏଥିରେ ସୁଧାର ଆଣିବା ପାଇଁ ପଦକ୍ଷେପ ନେବାକୁ ଚିଠିରେ ଦାବି କରାଯାଇଛି। ଚିଠିରେ କୁହାଯାଇଛି ଯେ ଆମେ ସଚେତନ ନାଗରିକ ଭାବରେ ବିଶ୍ବାସ କରୁ ଯେ ଦେଶର ସମସ୍ତ ଅନୁଷ୍ଠାନ ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କଲେ ହିଁ ଦେଶର ଗଣତନ୍ତ୍ର ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇପାରିବ।

ଚିଠିରେ କୁହାଯାଇଛି ଯେ ସୁପ୍ରିମକୋର୍ଟର ଦୁଇଜଣ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜେ.ବି ପରଦୀୱାଲାଙ୍କ ମନ୍ତବ୍ୟ ଲକ୍ଷ୍ମଣ ରେଖା ପାର କରିବାରୁ ଆମେ ଖୋଲା ଚିଠି ଲେଖିବାକୁ ବାଧ୍ୟ ହୋଇଛୁ। ଏଭଳି ଦୁର୍ଭାଗ୍ୟଜନକ ମନ୍ତବ୍ୟ ଭାରତର ନ୍ୟାୟିକ ବ୍ୟବସ୍ଥାରେ ଏକ ଅଲିଭା ଦାଗ ଭଳି। ନ୍ୟାୟପାଳିକା ଇତିହାସରେ ଏପରି ଦୁର୍ଭାଗ୍ୟଜନକ ମନ୍ତବ୍ୟ ପୂର୍ବରୁ ଆଉ କେହି ଦେଇ ନଥିଲେ। ତୁରନ୍ତ ଏଥିରେ ସୁଧାର ଆଣିବା ପାଇଁ ପଦକ୍ଷେପ ନିଆଯାଉ। ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଦେଶର ସୁରକ୍ଷା ଉପରେ ଏହା ଗମ୍ଭୀର ପ୍ରଭାବ ପକାଇପାରେ।

ଉଲ୍ଲେଖଯୋଗ୍ୟ, ନୂପୁର ଶର୍ମା ତାଙ୍କ ବିରୋଧରେ ଦେଶର ବିଭିନ୍ନ ସହରରେ ରୁଜୁ ହୋଇଥିବା ଏତଲାକୁ ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ସେ କହିଥିଲେ ଯେ ଯଦି ସେ ବିଭିନ୍ନ ସହରରେ ଥିବା ପୁଲିସ ଷ୍ଟେସନକୁ ଯାଇ ହାଜର ହୁଅନ୍ତି ତେବେ ତାଙ୍କ ଜୀବନ ବିପଦରେ ପଡିପାରେ। ସୁପ୍ରିମକୋର୍ଟର ଯେଉଁ ଖଣ୍ଡପୀଠ ନୂପୁରଙ୍କ ଆବେଦନର ଶୁଣାଣି କରିଥିଲେ, ସେଥିରେ  ଜଷ୍ଟିସ ଜେ.ବି ପାରଦୀବାଲା। ଶୁଣାଣି ସମୟରେ ସେ କହିଥିଲେ ଯେ ଉଦୟପୁର ହତ୍ୟାକାଣ୍ଡ ପାଇଁ ନୂପୁର ଶର୍ମା ବ୍ୟକ୍ତିଗତ ଭାବେ ଦାୟୀ। ସେ ସମଗ୍ର ଦେଶକୁ କ୍ଷମା ମାଗିବା ଉଚିତ୍।

ସମ୍ବନ୍ଧିତ ଖବର