ଦେଢ଼ ମିନିଟ୍‌ର ଭିିଡିଓ କରି ଟ୍ବିଟର୍‌ରେ ସେୟାର କଲେ ପାକିସ୍ତାନୀ ଛାତ୍ରଙ୍କ ‌ଖାତା ଦେଖୁଥିବା ଶିକ୍ଷକ

ଇସ୍‌ଲାମ୍‌ବାଦ୍‌: ଏପରି ଅନେକ ଛାତ୍ରଛାତ୍ରୀ ଅଛନ୍ତି, ଯିଏକି ବ‌ର୍ଷ ଯାକ ପାଠ ପଢ଼ନ୍ତି ନାହିଁ। ମାତ୍ର ଶେଷ ବେଳକୁ ନିଜର ଦକ୍ଷତା ଦେଖାଇବାର ସୁଯୋଗ ଆଦୌ ବି ହାତ ଛଡ଼ା କରନ୍ତି ନାହିଁ। କିଏ ପରୀକ୍ଷାରେ କପି କରନ୍ତି, କିଏ ପରୀକ୍ଷା ଦିଅନ୍ତିନି ତ ପୁଣି କିଏ ପରୀକ୍ଷା ଖାତାରେ ଆଡୁସାଡୁ ଲେଖି ପୂରା କରନ୍ତି। ନିକଟରେ ପାକିସ୍ତାନର ଜଣେ ଛାତ୍ରଙ୍କ ରସାୟନ ବିଜ୍ଞାନର ପରୀକ୍ଷା ଖାତା ଭାଇରାଲ୍‌ ହୋଇଛି। କାଜଜଟିକୁ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି ଖାତା ଦେଖୁଥିବା ଜଣେ ଶିକ୍ଷକ।

ସେ କହିଛନ୍ତି ଯେ ଛାତ୍ର ଜଣକ ଭାବିଛନ୍ତି ଯିଏ ଖାତା ଦେଖୁଛି ସେ ବୋକା। ଖାତାରେ କ’ଣ ଲେଖା ହୋଇଛି ନପଢ଼ି ବୋଧେ ନମ୍ବର ଦେଇଦେବ। ଛାତ୍ର ଜଣକ ସେଥିରେ ଗୀତ ଲେଖିଛନ୍ତି। ଆହୁରି ବି ଲେଖିଛନ୍ତି, ‘ବଡ଼ ଖତରନାକ ପ୍ରଶ୍ନପତ୍ର ଦେଇଛ। ସତ କହୁଛି ମନ କ’ଣ ହୋଇଯାଉଛି।’

 

ତାପରେ ଲେଖାଯାଇଛି, ‘ମେରେ ଜାନ୍‌ ମ‌ୈନେ ତୁଝେ ଦେଖା, ହସତେ ହୁଏ ଗାଲୋଁ‌ ପେ।’ ଭିଡିଓରେ ଶିକ୍ଷକ ଜଣକ ଆହୁରି ବି କହିଛନ୍ତି ଯେ ଛାତ୍ର ଜଣକ ସେତିକିରେ ଅଟକି ଯାଇନାହାନ୍ତି। ସେ ଗୀତର ଧୁନ୍‌ ବି ଏହି କପିରେ ଉତାରି ଦେଇଛନ୍ତି।

ଶିକ୍ଷକ ଜଣକ ଛାତ୍ରଙ୍କ ଉତ୍ତର କଗଜକୁ ଭିଡିଓ କରି ଟ୍ବିଟର୍‌ରେ ସେୟାର୍‌ କରିଛନ୍ତି। ପ୍ରାୟ ଦେଢ଼ ମିନିଟ୍‌‌ର ଏହି ଭିଡିଓକୁ ଦେଖିଲେ ଆପଣଙ୍କ ହସ ବି ଅଟକିବ ନାହିଁ। ଛାତ୍ରଙ୍କର ଏହି କାରନାମା ଯିଏ ବି ଦେଖୁଛନ୍ତି, ହସି ହସି ରହୁଛନ୍ତି।

ସମ୍ବନ୍ଧିତ ଖବର