ଦିଲ୍ଲୀରେ ଗୋଟିଏ ଦିନରେ ରେକର୍ଡ ୧୧୨ ମିଲିମିଟର ବର୍ଷା, ୧୯ ବର୍ଷର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ : ଗତ ୨୯ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରିବା ପରେ ଏବେ ମଧ୍ୟ ଭାରତରେ ରହିଛି । ଏହି ଲଘୁଚାପ ଯୋଗୁଁ ଓଡ଼ିଶାରେ ସେତେଟା ବର୍ଷା ହୋଇନଥିଲେ ବି ମଧ୍ୟ-ଭାରତ ଓ ଉତ୍ତର-ଭାରତରେ ପ୍ରବଳ ବର୍ଷା କରାଇଛି ।

ସେପ୍ଟେମ୍ବର ୧ରେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ଏତେ ଅଧିକ ବର୍ଷା ହୋଇଛି ଯେ ତାହା ଗତ ୧୯ ବର୍ଷର ରେକର୍ଡ ଭାଙ୍ଗି ଦେଇଛି । ମଙ୍ଗଳବାର ସକାଳ ସାଢେ ୮ଟାରୁ ବୁଧବାର ସକାଳ ସାଢେ ୮ଟା ମଧ୍ୟରେ ଦିଲ୍ଲୀରେ ୧୧୨ ମିଲିମିଟର ବର୍ଷା ହୋଇଛି । ତେବେ ସେପ୍ଟେମ୍ବର ମାସର ଗୋଟିଏ ଦିନରେ  ଦିଲ୍ଲୀରେ ହୋଇଥିବା ସର୍ବାଧିକ ବର୍ଷାର ରେକର୍ଡ ଏବେ ବି ଅତୁଟ ରହିଛି । ୧୯୦୪, ମସିହା ସେପ୍ଟେମ୍ବର ୧୬ରେ ଦିଲ୍ଲୀରେ ୧୭୬.୫ ମିଲିମିଟର ବର୍ଷା ହୋଇଥିଲା । ସେହିପରି ସମଗ୍ର ସେପ୍ଟେମ୍ବର ମାସରେ ଦିଲ୍ଲୀରେ ହାରାହାରି ୧୨୯.୮ ମିଲିମିଟର ବର୍ଷା ହୋଇଥାଏ । ଏପରିକି ୨୦୨୦ ସେପ୍ଟେମ୍ବର ମାସରେ ଦିଲ୍ଲୀରେ ମାତ୍ର ୨୦.୮ ମିଲି ବର୍ଷା ହୋଇଥିଲା । ଏଥିରୁ ଅନୁମେୟ ଯେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ କେତେ ବର୍ଷା ହୋଇଛି ।

କେବଳ ଦିଲ୍ଲୀ ନୁହେଁ, ମୁମ୍ବାଇରେ ବି ଗତ ୨୪ ଘଣ୍ଟାରେ ( ବୁଧବାର ସକାଳ ସାଢେ ୮ଟା ସୁଦ୍ଧା ) ୧୦୮ ମିଲି ବର୍ଷା ରେକର୍ଡ କରାଯାଇଛି ।

 

ସମ୍ବନ୍ଧିତ ଖବର