ୟୁକ୍ରେନ୍ ରାଷ୍ଟ୍ରପତିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ୟୁକ୍ରେନ୍‌ ଡ୍ୟାମ୍‌ରେ ରୁଷ୍‌ର କ୍ଷେପଣାସ୍ତ୍ର ମାଡ଼

କିବ୍: ୟୁକ୍ରେନ୍‌ର ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କୁ ନେଇ ଯାଉଥିବା ଏକ କାର୍ ସହିତ ଅନ୍ୟ ଏକ କାର୍‌ ଧକ୍କା ହେବାରୁ ସେ ସାମାନ୍ୟ ଆହତ ହୋଇଛନ୍ତି ବୋଲି ଗୁରୁବାର ସନ୍ଧ୍ୟାରେ ତାଙ୍କ ମୁଖପାତ୍ର ପ୍ରକାଶ କରିଛନ୍ତି। ଗୁରୁବାର ସକାଳେ ଜେଲେନସ୍କିଙ୍କ କାର୍‌କେଡ୍‌ ରାଜଧାନୀ କିବ୍ ଦେଇ ଯାଉଥିବା ବେଳେ ଏକ ଯାତ୍ରୀବାହୀ କାର୍ ତାଙ୍କ ଗାଡ଼ି ଓ ଅନ୍ୟ ଏସ୍କର୍ଟ ଗାଡ଼ି ସହ ଧକ୍କା ହୋଇଥିଲା। ଧକ୍କା ଦେଇଥିବା ଗାଡ଼ିର ଡ୍ରାଇଭର ଆହତ ହୋଇଥିବା ବେଳେ ରାଷ୍ଟ୍ରପତିଙ୍କ ମେଡିକାଲ ଟିମ୍ ତାଙ୍କର ଜରୁରି ଚିକିତ୍ସା କରାଇ ଏକ ଆମ୍ବୁଲାନ୍ସରେ ତାଙ୍କୁ ମେଡିକାଲ ପଠାଇଥିଲେ। ତେବେ ରାଷ୍ଟ୍ରପତି ଜେଲେନସ୍କିଙ୍କ ଅତି ସାମାନ୍ୟ ଆହତ ହୋଇଛନ୍ତି ବୋଲି ତାଙ୍କ ମୁଖପାତ୍ର ସର୍ଗେଇ ନିକିଫୋରଭ କହିଛନ୍ତି।

କିବ୍‌: ରୁଷ୍‌ ଆଜି କେନ୍ଦ୍ରୀୟ ୟୁକ୍ରେନ୍‌ର ଏକ ପ୍ରମୁଖ ଡ୍ୟାମ୍‌ରେ କ୍ଷେପଣାସ୍ତ୍ର ମାଡ଼ କରିଛି। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି କହିଛନ୍ତି, ରୁଷ୍‌ କାରାଚୁନିସ୍କେ ଜଳାଶୟକୁ ଟାର୍ଗେଟ୍‌ କରି ଆକ୍ରମଣ କରିଛି। ଜେଲେନ୍‌ସ୍କି କହିଛନ୍ତି, ରୁଷ୍‌ର ଏହି କାର୍ଯ୍ୟର କୌଣସି ସାମରିକ ଗୁରୁତ୍ବ ନାହିଁ। କେବଳ ସ୍ଥାନୀୟ ନାଗରିକଙ୍କୁ ପ୍ରଭାବିତ କରିବାପାଇଁ ରୁଷ୍‌ ଏଭଳି କରିଛି। କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ଏକ ୱାଟର ପମ୍ପିଂ ଷ୍ଟେସନ୍‌ ଧ୍ବଂସ ହୋଇଛି ଏବଂ ସ୍ଥାନୀୟ ଅଞ୍ଚଳକୁ ଜଳ ମାଡ଼ି ଯାଇଛି। ବନ୍ୟା ଭୟ ଥିବାରୁ କ୍ରିଭିରିହ ଜିଲ୍ଲାର ଲୋକମାନଙ୍କୁ ଘର ଛାଡ଼ିବାକୁ କୁହାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର