‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩: ଟସ୍‌ ଜିଣି ପ୍ରଥମେ ନିଉଜିଲାଣ୍ଡ୍‌କୁ ବ୍ୟାଟିଙ୍ଗ୍‌ ସୁଯୋଗ ଦେଲା ଭାରତ

ଧରମଶାଲା: ଆଜି ହିମାଚଳ ପ୍ରଦେଶର ରାଜଧାନୀ ଧରମଶାଲାସ୍ଥିତ ‘ଏଚ୍‌ପିସିଏ’  ଷ୍ଟାଡିୟମ୍‌ରେ ଆୟୋଜିତ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ଭାରତର ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇ ନିଉଜିଲାଣ୍ଡ୍‌କୁ ବ୍ୟାଟିଙ୍ଗ୍‌ କରିବା ଲାଗି ସୁଯୋଗ ଦେଇଛନ୍ତି।

‘ଟସ୍‌’ ଜିଣିବା ପରେ ଭାରତର ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଆମେ ପ୍ରଥମେ ବୋଲିଙ୍ଗ୍‌ କରିବୁ। ଗତକାଲି ଆମେ ଏଠାରେ ଅଭ୍ୟାସ କରୁଥିଲା ବେଳେ ସାମାନ୍ୟ କାକର ପଡୁଥିବା ଜାଣିଲୁ। ପିଚ୍‌ ଖୁବ୍‌ ଭଲ ବୋଲି ମନେହେଉଛି। ଉତ୍ତମ ପ୍ରଦର୍ଶନ ଜାରି ରଖିବା ହେଉଛି ପ୍ରଧାନ କଥା।

ନିଉଜିଲାଣ୍ଡ୍‌ ଅଧିନାୟକ ଟମ୍‌ ଲଥାମ୍‌ କହିଛନ୍ତି, ଆମେ ମଧ୍ୟ ପ୍ର‌ଥମେ ବୋଲିଙ୍ଗ୍‌ କରିଥାଆନ୍ତୁ। ପଡ଼ିଆ ଭଲ ବୋଲି ମନେହୁଏ। କାକର ପଡ଼ିବ ବୋଲି ଜାଣିଛୁ। ଗୁରୁତ୍ବପୂର୍ଣ୍ଣ କଥା ହେଲା ଆମକୁ ଭଲ ଖେଳିବାକୁ ପଡ଼ିବ।

ସଦ୍ୟତମ ସୂଚନା ଅନୁସାରେ, ଗୋଟିଏ ଓଭର ଓ ୪ଟି ବଲ୍‌ ଖେଳି କୌଣସି ୱିକେଟ୍‌ ହରାଇ ନିଉଜିଲାଣ୍ଡ୍‌ ୪ ରନ୍‌ ସଂଗ୍ରହ କରିଛି।

Image Courtesy of NDTV

ନିଉଜିଲାଣ୍ଡ୍‌ ତରଫରୁ ଓପେନିଙ୍ଗ୍‌ ଯୋଡ଼ି ଭାବେ ଖେଳୁଛନ୍ତି ଡିଭୋନ୍‌ କନ୍‌ୱେ ଏବଂ ୱିଲ୍‌ ୟଙ୍ଗ୍‌।

ଭାରତ ପକ୍ଷରୁ ବୋଲିଙ୍ଗ୍‌ କରୁଛନ୍ତି ଜଶପ୍ରୀତ୍‌ ବୁମ୍‌ରା।

ଆଜି ଭାରତୀୟ ଏକାଦଶରେ ଖେଳୁଛନ୍ତି, ରୋହିତ ଶର୍ମା (ଅଧିନାୟକ), ଶୁବମନ୍‌ ଗିଲ୍‌, ବିରାଟ କୋହଲି, ଶ୍ରେୟସ୍‌ ଆୟେର୍‌, କେ. ଏଲ୍‌. ରାହୁଲ୍‌ (ୱିକେଟ୍‌ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଦେଜା, କୁଳଦୀପ ଯାଦବ, ଜଶପ୍ରୀତ୍‌ ବୁମ୍‌ରା, ମହମ୍ମଦ୍‌ ଶାମି ଓ ମହମ୍ମଦ ସିରାଜ।

ସେହିପରି ନିଉଜିଲାଣ୍ଡ୍‌ ଟିମ୍‌ରେ ଖେଳୁଛନ୍ତି, ଡିଭୋନ୍‌ କନ୍‌ୱେ, ୱିଲ୍‌ ୟଙ୍ଗ୍‌, ରେସିନ୍‌ ରବୀନ୍ଦ୍ର, ଡେରିଲ୍‌ ମିସେଲ୍‌, ଟମ୍‌ ଲାଥାମ୍ (ଅଧିନାୟକ/ୱିକେଟ୍‌ରକ୍ଷକ), ଗ୍ଲେନ୍‌ ଫିଲିପ୍ସ୍‌, ମାର୍କ ଚାମ୍ପ୍‌ମ୍ୟାନ୍‌, ମିସେଲ୍‌ ସାଣ୍ଟର୍‌, ମ୍ୟାଟ୍‌ ହେନ୍‌ରି, ଲକି ଫର୍ଗୁସନ୍‌ ଓ ଟ୍ରିଣ୍ଟ୍‌ ବୋଲ୍‌ଟ୍‌।

ସମ୍ବନ୍ଧିତ ଖବର