ଅନୁସନ୍ଧାନ କରୁଥିବା ବର୍ଗ

ଇସ୍ରାଏଲ୍-ହମାସ୍ ଯୁଦ୍ଧ

ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ସମାଧାନ‌ରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ: ଚିନ୍ତାବ୍ୟକ୍ତ କଲେ ଇସ୍ରାଏଲର ପୂର୍ବତନ…

ଜେରୁଜେଲମ: ଇସ୍ରାଏଲ-ପାଲେଷ୍ଟାଇନ ବିବାଦ  ଜାରି ରହିଛି।  ଏନେଇ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ଏହୁଦ ଓଲମେର ଚିନ୍ତାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏହି ବିବାଦର ସମାଧାନ ପଛରେ ରାଜନୈତିକ ଇଛାଶକ୍ତିର ଅଭାବ ରହିଛି। ଫାଷ୍ଟପୋଷ୍ଟ ପ୍ରତିରକ୍ଷା ସମ୍ମିଳନୀ ୨୦୨୪ ରେ ଏହୁଦ୍ ଓଲମେର୍…
ଅଧିକ ଖବର ଦେଖନ୍ତୁ...

ଗାଜାରେ ବିମାନରୁ ବୋମାମାଡ଼: ୪୦ ମୃତ ୧୦୦ ଆହତ

ଗାଜା: କେନ୍ଦ୍ରୀୟ ଗାଜାପଟିରେ ଇସ୍ରାଏଲର ବିମାନ ଆକ୍ରମଣରେ ଅତି କମ୍‌ରେ ୪୦ ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ ଜଣ ଆହତ ହୋଇଛନ୍ତି। ଗାଜାରେ ହମାସ ଦ୍ୱାରା ପରିଚାଳିତ ସରକାରଙ୍କ ମିଡିଆ କାର୍ଯ୍ୟାଳୟ ଏକ ପ୍ରେସ୍ ବିବୃତିରେ ଏହା କହିଛି। ପାଲେଷ୍ଟାଇନ୍ ପ୍ରତିରକ୍ଷା ସୂତ୍ରରୁ…
ଅଧିକ ଖବର ଦେଖନ୍ତୁ...

ଅଲ୍‌ ଜଜିରା ରିପୋର୍ଟର ‘ପ୍ରମୁଖ ହମାସ କମାଣ୍ଡର’ ବୋଲି ଇସ୍ରାଏଲର ଅଭିଯୋଗ

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌)କୁ ଗାଜା ଉପତ୍ୟକାରୁ ମିଳିଥିବା ଫଟୋ ଏବଂ ଦସ୍ତାବିଜ ଅନୁଯାୟୀ ଅଲ୍‌ ଜଜିରା ପାଇଁ କାମ କରୁଥିବା ଜଣେ ପାଲେଷ୍ଟାଇନ୍‌ ସାମ୍ବାଦିକ ମଧ୍ୟ ହମାସ ସାମରିକ ଶାଖାର ଜଣେ ବରିଷ୍ଠ କମାଣ୍ଡର ବୋଲି ଇସ୍ରାଏଲ୍‌ ସେନା ଦାବି କରିଛି। ଆଇଡିଏଫର…
ଅଧିକ ଖବର ଦେଖନ୍ତୁ...

ଥାନାରେ ସ୍ବାମୀ ପଚାରିଥିବା ପ୍ରଶ୍ନର ଏଭଳି ଉତ୍ତର ଦେଲେ ସୂଚନା

ନୂଆଦିଲ୍ଲୀ: ବେଙ୍ଗାଲୁରୁର ସିଇଓ ସୂଚନା ସେଠ(ବେଙ୍ଗାଲୁରୁର ସିଇଓ) ଗୋଆରେ ନିଜର ୪ ବର୍ଷର ଶିଶୁକୁ ହତ୍ୟା କରିଥିବା ଅଭିଯୋଗ‌ରେ ପୁଲିସ ହେପାଜତରେ ଅଛନ୍ତି। ଏହି ହତ୍ୟା  ଘଟଣାରେ ପୁଲିସ ତତ୍ପରତା ସହ ତଦନ୍ତ କରୁଛି। ଗତକାଲି ସୂଚନା ସେଠଙ୍କ ସ୍ବାମୀ ନିଜର ବୟାନ ରେକର୍ଡ ପାଇଁ ଥାନାକୁ…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲ-ହମାସ ଯୁଦ୍ଧ: ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ

ଜେରୁଜେଲମ୍: ଇସ୍ରାଏଲ-ହମାସ ଯୁଦ୍ଧ ଚତୁର୍ଥ ମାସରେ ପହଞ୍ଚିବା ସହ ଯୁଦ୍ଧ ଜାରି ରହିଛି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଅକ୍ଟୋବର ୭ରେ ଇସ୍ରାଏଲ ସହ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅଧିକୃତ ପାଲେଷ୍ଟାଇନ ଅଞ୍ଚଳରେ ଅତି କମ୍‌ରେ ୨୩,୦୮୪ ଲୋକ ପ୍ରାଣ ହରାଇଛନ୍ତି ଏବଂ ୫୮,୯୨୬ରୁ…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲରେ ଲାଇଭ ଟିଭିରେ ଖୋଲାଖୋଲି ବନ୍ଧୁକ ସହ ଆଙ୍କର

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଗତ ଅକ୍ଟୋବର ୭ରୁ ସଂଘର୍ଷ ଚାଲିଛି। ଏଥିରେ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଏଥିସହିତ ଗାଜା ଧ୍ବଂସସ୍ତୂପରେ ପରିଣତ ହୋଇସାରିଲାଣି। ନିକଟ ଭବିଷ୍ୟତରେ ଏହି ଯୁଦ୍ଧ ଥମିବା ବି ଦେଖାଯାଉନାହିଁ। ଏଭଳି ସ୍ଥିତିରେ ଇସ୍ରାଏଲର ଏକ ଲାଇଭ…
ଅଧିକ ଖବର ଦେଖନ୍ତୁ...

ଚତୁର୍ଥ ମାସରେ ଗାଜା ଯୁଦ୍ଧ: ସବୁ କମାଣ୍ଡର ମୂଳପୋଛ

ଜେରୁଜେଲମ୍: ଇସ୍ରାଏଲ ସେନା ଶନିବାର କହିଛି ଯେ ଉତ୍ତର ଗାଜାରେ ହମାସର କମାଣ୍ଡ୍ ଢାଞ୍ଚାକୁ ନଷ୍ଟ କରିବା କାର୍ଯ୍ୟ ଶେଷ ହୋଇଛି। ସେନା ମୁଖପାତ୍ର ଡାନିଏଲ ହାଗରୀ ଗଣମାଧ୍ୟମକୁ ଆହୁରି ମଧ୍ୟ କହିଛନ୍ତି ଯେ ପାଲେଷ୍ଟାଇନର ସଦସ୍ୟମାନେ ବର୍ତ୍ତମାନ ଏହି ଅଞ୍ଚଳରେ କେବଳ ବିକ୍ଷିପ୍ତ ଭାବରେ ଏବଂ…
ଅଧିକ ଖବର ଦେଖନ୍ତୁ...

ୟୁକ୍ରେନ୍‌ ଯୁଦ୍ଧ ପାଇଁ ଉତ୍ତର କୋରିଆରୁ କ୍ଷେପଣାସ୍ତ୍ର ଆଣିଛି ରୁଷ୍‌: ଯୁକ୍ତରାଷ୍ଟ୍ର ଆମେରିକା

ୱାସିଂଟନ୍‌: ୟୁକ୍ରେନ୍‌ ସହିତ ଚଳାଇଥିବା ଯୁଦ୍ଧରେ ବ୍ୟବହାର କରିବା ଲାଗି ରୁଷ୍‌ ଉତ୍ତର କୋରିଆରୁ ‘ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର’ ଆଣିଛି ଏବଂ ଇରାନ୍‌ରୁ ସ୍ବଳ୍ପ ଦୂରତାରୁ ଲକ୍ଷଭେଦ କରୁଥିବା ‘ବାଲିଷ୍ଟିକ୍‌ ‌କ୍ଷେପଣାସ୍ତ୍ର’ ଆଣିବାକୁ ଉଦ୍ୟମ କରୁଛି ବୋଲି ଗୁରୁବାର ଦିନ ହ୍ବାଇଟ୍‌…
ଅଧିକ ଖବର ଦେଖନ୍ତୁ...

ଲୋହିତ ସାଗର ଜାହାଜ ଉପରେ ଆକ୍ରମଣ ବନ୍ଦ କର, ନଚେତ ପରିଣାମ ଭୋଗିବ: ହାଉତୀକୁ ସତର୍କ କଲା ଆମେରିକା

ୱାସିଂଟନ୍‌: ଲୋହିତ ସାଗ‌ରରେ ଯାତାୟାତ କରୁଥିବା ଜାହାଜଗୁଡ଼ିକ ଉପରେ ଆକ୍ରମଣ ବନ୍ଦ ନ କଲେ ସାମରିକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବ ବୋଲି ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଓ ତା’ର ୧୨ଟି ମିତ୍ର ରାଷ୍ଟ୍ର ହାଉତୀ ବିଦ୍ରୋହୀମାନଙ୍କୁ ସତର୍କ ବାଣୀ ଶୁଣାଇଛନ୍ତି। ସୂଚନାଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ଗାଜାରେ ବିମାନ ଓ କମାଣ ଆକ୍ରମଣ ବୃଦ୍ଧି କଲା ଇସ୍ରାଏଲ: ସେନା ପ୍ରତ୍ୟାହାର ଯୋଜନା

ଗାଜା: ଗାଜାରୁ କିଛି ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ଇସ୍ରାଏଲ ଘୋଷଣା କରିବା ପରେ ଗତକାଲି ରାତି ସାରା ଦକ୍ଷିଣ ଗାଜାରେ ବିମାନ ଓ କମାଣ ଆକ୍ରମଣ ବୃଦ୍ଧି କରିଥିବା ଜଣାପଡ଼ିଛି। କିଛି ସୈନ୍ୟ ପ୍ରତ୍ୟାହାର କରିବାକୁ ଇସ୍ରାଏଲ ଘୋଷଣା କରିଥିଲେ ମଧ୍ୟ ଯୁଦ୍ଧ ଆହୁରି ଅନେକ ମାସ ଯାଏ ଚାଲିବ…
ଅଧିକ ଖବର ଦେଖନ୍ତୁ...