ଜାଣନ୍ତୁ ଏ ସପ୍ତାହର ରାଶିଫଳ

ଶୁଭଗ୍ରହ ଦୃଷ୍ଟି ଯୋଗୁଁ ପରାକ୍ରମ ବୃଦ୍ଧି ହେବ। ସମାଜରେ ଆପଣଙ୍କର ସ୍ଥିତି ଭଲ ରହିବ। କେତେକ କାର୍ଯ୍ୟ ପାଇଁ ଲୋକମାନେ ଅାପଣଙ୍କୁ ପ୍ରଶଂସା କରିବେ। ଘରେ ଭାଇଭଉଣୀ ଓ ପ୍ରିୟଜନଙ୍କ ସହିତ ମଧ୍ୟ ଆପଣଙ୍କ ସମ୍ପର୍କ ମଧୁର ରହିବ। ବାପାଙ୍କର ସ୍ନେହ ଓ ଆଶୀର୍ବାଦ ପାଇବା ଯୋଗୁଁ ମନକୁ ଶାନ୍ତି ମିଳିବ। ଯଦି କେଉଁଆଡ଼େ ଯାତ୍ରା କରୁଛନ୍ତି, ତା’ହେଲେ ଆପଣଙ୍କ ପାଇଁ ତାହା ଲାଭଦାୟକ ହେବ। ଅସଂପୂର୍ଣ୍ଣ କାର୍ଯ୍ୟ ଥିଲେ, ତାହାକୁ ମଧ୍ୟ ସଂପୂର୍ଣ୍ଣ କରିପାରିବେ। ଆପଣ ଯଦି ରାଜନୀତି କରୁଛନ୍ତି, ଆପଣଙ୍କର ମହତ୍ତ୍ବାକାଂକ୍ଷା ପୂରଣ ହେବ ଏବଂ ବିରୋଧୀମାନଙ୍କୁ ଆପଣ ସହଜରେ ପରାସ୍ତ କରିପାରିବେ। ସାକ୍ଷାତକାରରେ ଅବତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀ ଶୁଭଫଳ ପାଇବେ। ଏହି ସମୟରେ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ରହିବ ନାହିଁ।

ଆପଣ ଖୁସି ମିଜାଜରେ ରହିବା ସହିତ ବନ୍ଧୁବାନ୍ଧବମାନଙ୍କ ସହ ଥଟ୍ଟାମଜା କରିବାର ଅବସର ପାଇବେ। ଅଫିସ୍‌ରେ କିନ୍ତୁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଛୋଟା ଛୋଟ କଥାରେ ବି ବଡ଼ ସମସ୍ୟା ସୃଷ୍ଟି ହୋଇପାରେ। ଏହି ସମୟରେ ଆପଣଙ୍କୁ ସଂଯମୀ ହେବାକୁ ପଡ଼ିବ। ତେବେ ଆପଣଙ୍କର କେହି ଶତ୍ରୁ ଥିଲେ, ଏହି ସମୟରେ ସେ ନତମସ୍ତକ ହେବେ। ମନ୍ତ୍ରୀଙ୍କର ସାହାଯ୍ୟରେ ଆପଣଙ୍କ କିଛି ଆଶା ପୂରଣ ହେବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହଛି। ଆପଣ ନୂଆ ବ୍ୟବସାୟ ପାଇଁ ବି ସୁ‌େଯାଗ ଲାଭ କରିବେ। ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଶୁଭ ଖବର ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ମହିଳାମାନେ ବସ୍ତ୍ର ଅଳଙ୍କାର କିଣିବାର ସୁଯୋଗ ରହିଛି।

ଆପଣ ସନ୍ତାନଙ୍କର ଦାୟିତ୍ବ ପୂରା କରିବେ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ଆପଣଙ୍କ ଆଖପାଖରେ ବହୁତ ସୁଖଦ ଓ ମଧୁର ବାତାବରଣ ରହିବ। ପ୍ରିୟଜନଙ୍କ ସହିତ ସଂପର୍କ ନିବିଡ଼ ହେବ। ପ୍ରେମ ବ୍ୟାପାର ପାଇଁ ସମୟ ଭଲ। ଆପଣଙ୍କର ନମ୍ର ବ୍ୟବହାର ଆପଣଙ୍କୁ ଲାଭ ଆଣିଦେବ। ପୁଞ୍ଜି ବଜାରରେ ନିବେଶ ଲାଗି ସମୟ ବହୁତ ଭଲ। ବ୍ୟବସାୟର ଆପଣଙ୍କୁ ନୂଆ ପ୍ରସ୍ତାବ ମିଳିବ ଯାହାଦ୍ବାରା ଭବିଷ୍ୟତରେ ଲାଭ ପାଇବେ। ତେବେ, ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଅନ୍ୟମାନଙ୍କ କଥା ଶୁଣନ୍ତୁ, ହେଲେ ନିଜ ବିବେକରେ କାମ କରନ୍ତୁ। ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ।

ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି କାମରେ ଯାଆନ୍ତୁ ସଫଳତା ନିଶ୍ଚୟ ପାଇବେ। ଧନସଂପତ୍ତି ବୃଦ୍ଧି ହେବ। ପାରିବାରିକ ଜୀବନ ସୁଖକର ହେବ। ପରିବାରର ସ୍ନେହ ଓ ଜୀବନସାଥୀଠାରୁ ପାଇବେ। ଏହା ହେଉଛି ଜୀବନରେ ଆଗକୁ ବଢ଼ିବାର ସମୟ। ବ୍ୟବସାୟର ନୂଆ ଦିଗ ପାଇପାରିବେ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। ପାରିବାରିକ ସଂପତ୍ତି ବିବାଦ ସମାପ୍ତ ହେବ। ଆପଣଙ୍କ ରୁଚି ଗଳ୍ପ କବିତା ଆଦିରେ ରହିବ। ଯେଉଁ କାମ ହାତକୁ ନେବେ, ତାହାକୁ ସମ୍ପୂର୍ଣ୍ଣ କରିବେ। ତେବେ, କୌଣସି ବିଷୟର ନିଷ୍ପତ୍ତି ନେବାର ବିଳମ୍ବ କରିବେ। ଅନ୍ୟମାନଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ।

ପିତାମାତାଙ୍କର ସେବା କରନ୍ତୁ ଭଲ ଫଳ ପାଇବେ। ପାରିବାରିକ ଜୀବନରେ ସୁଖୀ ରହିବେ। ପ୍ରେମ ସମ୍ବନ୍ଧରେ ମନସ୍କାମନା ପୂରଣ ହେବ। ସକାରାତ୍ମକ ବିଚାରରେ ଅଧିକ ସମୟ ରହିବେ। ଧର୍ମସଂସ୍ଥାକୁ ଦାନ ଦେଇପାରନ୍ତି। ଏହି ସମୟରେ ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ। ସାମାଜିକ କ୍ଷେତ୍ରରେ ଯଶ ବଢ଼ିବ। ଅଫିସ୍‌ରେ ଶାନ୍ତିର ବାତାବରଣ ରହିବ। ଚାକିରିରେ ପଦୋନ୍ନତି ମିଳିବାର ଯୋଗ ଅଛି। ନୂଆ କାମ ଶୁଭାରମ୍ଭ କରିବେ। ବିଦ୍ୟାର୍ଥୀଙ୍କର ରୁଚି ବିଦ୍ୟାରେ କମ୍‌ ହୋଇପାରେ। ‌େତବେ, ବ୍ୟର୍ଥ ଚିନ୍ତାରେ ସମୟ ବିତାନ୍ତୁ ନାହିଁ। କାହାରିକୁ ଅପଶବ୍ଦ କହନ୍ତୁ ନାହିଁ। ଝଗଡ଼ାଠାରୁ ଦୂରରେ ରହନ୍ତୁ। ବ୍ୟବସାୟ କରୁଥିଲେ, ତାହାର ବିକାଶ ପାଇଁ ଧ୍ୟାନ ଦେବେ।

ସମୟ ଆପଣଙ୍କ ଲାଗି ସେତେ ଅନୁକୂଳ ରହିବାର ସମ୍ଭାବନା ନାହିଁ। ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ ମନର ବିଶ୍ବାସ ବୃଦ୍ଧି ହେବ। ଆପଣଙ୍କର ଧାର୍ମିକ ଭାବନା ଉଜ୍ଜୀବିତ ହେବ। ଗୁରୁଜନଙ୍କ ପ୍ରତି ମନରେ ଭକ୍ତିଭାବ ରହିବ। ଜମିବାଡ଼ି ଦଲିଲ ଭଲ ଭାବେ ପଢ଼ି ଦସ୍ତଖତ କରନ୍ତୁ। କୋର୍ଟ କଚେରି ମାମଲାରେ ଜୟଲାଭ କରିବେ। ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେବାର ସୁଯୋଗ ପାଇବେ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପ୍ରୋଜେକ୍ଟ ଅର୍ପଣ କରିବେ। ନୂଆ କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜୀବିତ ହେବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସକାରାତ୍ମକ ପରାମର୍ଶ ଦେବେ। ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ।

ପ୍ରେମ ବ୍ୟାପାର ପାଇଁ ସମୟ ଭଲ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ପରିବାରରେ ହସଖୁସିର ବାତାବରଣ ରହିବ। ସାମାଜିକ ସ୍ଥିତି ମଜଭୁତ ହେବ। ବନ୍ଧୁବର୍ଗ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ। ଆପଣଙ୍କର ଉତ୍ସାହ ଓ ମନୋବଳ ଦୃଢ଼ ରହିବ। ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଶୁଭ ଖବର ପାଇବେ। ଯେଉଁମାନେ ଚାକିରି କରୁଛନ୍ତି, ସେମାନେ ବୃତ୍ତିରେ ଉନ୍ନତି କରିବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ବୈଠକ କକ୍ଷକୁ ସୁନ୍ଦର ଉପକରଣରେ ସଜାଇ ପାରନ୍ତି। ତେବେ, ଆଇନ ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। ଆୟ ଅନୁପାତରେ ଖର୍ଚ୍ଚ ଅଧିକ ହେବ। ଅଜଣା ବ୍ୟକ୍ତିଙ୍କୁ ଆବଶ୍ୟକତାଠାରୁ ଅଧିକ ବିଶ୍ବାସ କରନ୍ତୁ ନାହିଁ।

ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ମିଶିବାର ଅବସର ପାଇବେ। ପ୍ରିୟଜନଙ୍କ ସହିତ ମିଳନ ହେବ। ଘରେ ହସଖୁସିର ବାତାବରଣ ରହିବ। ତେବେ, ଗୁରୁଜନଙ୍କ ସହିତ କଥାବାର୍ତ୍ତା କଲାବେଳେ ବିନମ୍ର ହୁଅନ୍ତୁ। ପୂର୍ବକଥାକୁ ନେଇ ଚିନ୍ତିତ ରହିବେ। ସଫଳତା ପାଇଁ ଭାବିଚିନ୍ତି କାମ କରନ୍ତୁ। ଆୟ ବଢ଼ିବା ଯୋଗୁଁ ଆର୍ଥିକ କଷ୍ଟ ଦୂର ହେବ ଏବଂ ଚାକିରିରେ ପଦୋନ୍ନତି ବି ମିଳିପାରେ। ଧନ ଓ ମାନସମ୍ମାନରେ ବୃଦ୍ଧି ହେବ। ଆଗକୁ ବଢ଼ିଚାଲନ୍ତୁ ପରିସ୍ଥିତି ଆପଣଙ୍କ ପକ୍ଷରେ ରହିବ। ଭାଗ୍ୟ ବୃଦ୍ଧିର ଅବସର ପାଇବେ। ଆପଣ ବିଶେଷ ଯାତ୍ରାରେ ଯାଇପାରନ୍ତି। ଜମି କିଣିବା ପାଇଁ ସମୟ ଭଲ। ମହିଳାଙ୍କୁ ସୁନ୍ଦର ଉପହାର ମିଳିବ। ବ୍ୟବସାୟରେ ଆଶାଜନକ ପରିଣାମ ପାଇବେ। ସଙ୍ଗୀତ କଳା କ୍ଷେତ୍ରରେ ବି ସଫଳତା ପାଇବେ।

ସ୍ବଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ। ସ୍ଫୂର୍ତ୍ତିଶୀଳ ରହିବେ। ନାରାଜ ଥିବା ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ। ପ୍ରିୟ ବନ୍ଧୁ ସହିତ ବାହାରକୁ ଭ୍ରମଣରେ ଯାଇପାରନ୍ତି। ପ୍ରେମ ଆଳାପ ପାଇଁ ଚମତ୍କାର ସୁଯୋଗ ପାଇପାରିବେ। ବ୍ୟବସାୟରେ ଅଧିକ ଲାଭ ପାଇଁ ନୂଆ କୌଶଳ ଅବଲମ୍ବନ କରିବେ। ସୁଯୋଗର ସଦୁପଯୋଗ କରନ୍ତୁ। ନୂଆ ଘର କିଣିବା ଯୋଗ ରହିଛି। ଗୃହ ସଂପତ୍ତି କିଣିବା ଲାଗି ସମୟ ଭଲ। ଉପାର୍ଜନ ପାଇଁ ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି। କ୍ରିକେଟ୍‌ ଖେଳାଳି ହୋଇଥି‌େଲ ହୃତଗୌରବ ଫେରିପାଇବେ। ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଅନ୍ୟମାନଙ୍କର ଦୋଷତ୍ରୁଟିର ଆଲୋଚନା ନ କରି ନିଜ କାମରେ ଅଧିକ ମନୋଯୋଗ ଦିଅନ୍ତୁ। ସଫଳତାର ପାହଚ ଚଢ଼ିବେ।


ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେ ନାହିଁ। ପ୍ରଗତିପଥରେ ଅଗ୍ରସର ହେବେ। ବ୍ୟବସାୟରେ ନୂଆ ଚୁକ୍ତି ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଜୀବନସାଥୀ ଓ ପ୍ରିୟଜନଠାରୁ ଉପହାର ପାଇବେ। ନୂଆ ସାମଗ୍ରୀ କିଣିବା ପାଇଁ ସମୟ ଶୁଭ। ଚାକିରି ସଂପର୍କିତ ମନସ୍କାମନା ପୂରଣ ହେବ। ଆପଣଙ୍କ କାମକୁ ନେଇ ଉଚ୍ଚାଧିକାରୀ ପଦୋନ୍ନତି ପାଇଁ ବିଚାର କରିବେ। ବିଦେଶ ଯାତ୍ରାର ବି ଯୋଗ ରହଛି। ଧର୍ମକାର୍ଯ୍ୟ ଆଡ଼କୁ ମନ ଢଳିରହିବ। ନୂଆ ଲୋକଙ୍କ ସହିତ ସଂପର୍କ ହେବ। ଆପଣ ଯଦି ଜଣେ ଖେଳାଳି, ପ୍ରଶଂସକଙ୍କ ସଂଖ୍ୟା ବଢ଼ିବ। ଛାତ୍ରଛାତ୍ରଙ୍କୁ ପରୀକ୍ଷାରେ ସଫଳତା ମିଳିବାର ଯୋଗ ରହଛି। ମୋଟାମୋଟି ସ୍ବାସ୍ଥ୍ୟ ଭଲ ରହିବ।

ଗ୍ରହମାନଙ୍କର ଶୁଭଚଳନ ଯୋଗୁଁ ଆପଣଙ୍କ ଉପରେ କୌଣସି ବ୍ୟକ୍ତିବିଶେଷ ଦୃଷ୍ଟି ରଖିବେ। ନୂଆ ପ୍ରସ୍ତାବ ଓ କାମ ପାଇବେ। ଆୟ ବଢ଼ିବା ହେତୁ ଆର୍ଥିକ କଷ୍ଟ ଦୂର ହେବ। ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ କରି ଯଥେଷ୍ଟ ଲାଭ ପାଇବେ। ଜମି କାରବାରରେ ନିବେଶ କରିପାରନ୍ତି। ସାମାଜିକ କାର୍ଯ୍ୟରେ ସମୟ ଦେବେ। ନୂଆଘର କିଣିବା ବା ନିର୍ମାଣ ପାଇଁ ଯୋଜନା କରିବେ। ସାହିତ୍ୟ ଆଦିରେ ରୁଚି ରହିବ। ରାଜନୀତି କରୁଥିଲେ ଉଚ୍ଚପଦକୁ ମନୋନୀତ ହୋଇପାରନ୍ତି। ଭାଇଭଉଣୀଙ୍କ ସହିତ ସଂପର୍କ ଭଲ ରହିବ। ତେବେ, ସନ୍ତାନର ବ୍ୟବହାର ନେଇ ଟିକେ ଚିନ୍ତିତ ରହିପାରନ୍ତି। କ୍ରିକେଟ୍‌ ଖେଳାଳିମାନେ ଭଲ ପ୍ରଦର୍ଶନ କରି ସମୀକ୍ଷକଙ୍କର ପ୍ରଶଂସାଭାଜନ ହେବେ। ପ୍ରେମ ସମ୍ବନ୍ଧ ବୃଦ୍ଧିହେତୁ ମନ ଖୁସି ରହିବ।

ଧନସଂପତ୍ତି ବୃଦ୍ଧି ପାଇଁ ସମୟ ବହୁତ ଭଲ। ବ୍ୟବସାୟ ସମ୍ବନ୍ଧରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିବାର ଯୋଗ ରହିଛି। ବ୍ୟବସାୟରେ ପ୍ରଗତି ପାଇଁ ଯଥେଷ୍ଟ ଧ୍ୟାନ ଦେବେ। କୌଣସି ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ନେଇ କାମ ଅଧାରେ ଅଟକିଯିବ। ନୂଆ ଯାନ କିଣିବା ଲାଗି ସୁନ୍ଦର ଯୋଗ ରହିଛି। ଭାବନାକୁ ସକାରାତ୍ମକ କରି ରହନ୍ତୁ। ପରିବାରରେ ଖୁସିର ବାତାବରଣ ରହିବ। ପ୍ରିୟଜନଙ୍କ ସହିତ ବାହାରକୁ ବୁଲିଯାଇ ପାରନ୍ତି। ଜୀବନସାଥୀଙ୍କର ଖୁବ୍‌ ‌େପ୍ରମ ପାଇବେ। ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ହୋଇପାରନ୍ତି। ମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କ ମାଧ୍ୟମରେ ଆପଣଙ୍କର କିଛି ଆଶା ପୂରଣ ହେବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ। ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ମନ ଲାଗିବ।

ସମ୍ବନ୍ଧିତ ଖବର