ଶ୍ରୀଜଗନ୍ନାଥ ମନ୍ଦିର ପରି ଶ୍ରୀଲିଙ୍ଗରାଜ ମନ୍ଦିର ଖାଁ ଖାଁ

ପୁରୁଣା ଭୁବନେଶ୍ବର: ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମନ୍ଦିର ପରି ଏକାମ୍ର କ୍ଷେତ୍ରର ଶ୍ରୀଲିଙ୍ଗରାଜ ମନ୍ଦିର ମଧ୍ୟ ‘ଫନି’ର ଆକ୍ରୋଶରୁ ବର୍ତି ପାରିନି। ଏଥିଯୋଗୁ ରାଜଧାନୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିର ପର୍ଯ୍ୟଟକ ଶୂନ୍ୟ ହୋଇଯାଇଛି। ବାହାର ରାଜ୍ୟର ପର୍ଯ୍ୟଟକ ଗାଡ଼ି ଆସୁ ନାହିଁ। ତେବେ ପୂର୍ବରୁ ଅଟକି ରହିଥିବା କାଁଭାଁ ପର୍ଯ୍ୟଟକ ମନ୍ଦିରକୁ ଆସୁଥିବା ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଅବଢ଼ା ମଧ୍ୟ କମ ପରିମାଣରେ ପ୍ରସ୍ତୁତି କରାଯାଉଛି। କୋଠ ଭୋଗକୁ ବାଦ୍ ଦେଲେ ବରାଦି ଅବଢ଼ା ବିକ୍ରି କମି ଯାଇଛି। ସେହିପରି ମନ୍ଦିର ନିକଟରେ ଥିବା ବେଲପତ୍ର ବିକ୍ରି କମିଛି। ତେବେ ସ୍ଥାନୀୟ ବ୍ୟବସାୟୀଙ୍କ କହିବା କଥା ଯେ, ବେଲ ଗଛ ଭଙ୍ଗି ଯାଇଥିବାରୁ କମ୍‌ ପତ୍ର ମିଳୁଛି।

ସମ୍ବନ୍ଧିତ ଖବର