ଆଇପିଏଲ : ହାଇଦ୍ରାବାଦ ଆଗରେ  ୧୬୬ ରନର ଲକ୍ଷ୍ୟ ରଖିଲା ଚେନ୍ନାଇ

ହାଇଦ୍ରାବାଦ : ହାଇଦ୍ରାବାଦରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୧୮ତମ ମ୍ୟାଚରେ ହାଇଦ୍ରାବାଦ ଆଗରେ ବିଜୟ ପାଇଁ  ୧୬୬ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ ।

ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ ଜିତି ଚେନ୍ନାଇ ସୁପରକିଙ୍ଗସଙ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା  । ପ୍ରଥମେ ବ୍ୟାଟିଂ କରି ଥିବା ଚେନ୍ନାଇ ଏକ ଭଲ ଆରମ୍ଭ କରିଥିଲେ ବି ରାଚିନ ରବୀନ୍ଦ୍ର ମାତ୍ର ୧୨ ରନ କରି ଆଉଟ ହୋଇଥିଲେ । ଋତୁରାଜ ଗାୟକ୍ବାଡ୍ ୨୬ରନ ଓ ଆଜିଙ୍କ୍ୟ ରାହାଣେ ୩୫ରନ କରିଥିଲେ । ସେହିପରି ଶିବମ ଦୁବେ ୪୫ ରନ କରିଥିବାବେଳେ ରବୀନ୍ଦ୍ର ଜାଡେଜା ୩୧ରନ କରିଥିଲେ । ଦଳ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୬୫ ରନ କରିଥିଲା । ଡାରିଲ ମିଚେଲ ୧୩ ରନ କରିଥିଲେ ଓ ଧୋନୀ ୧ ରନ କରିଥିଲେ ।

ହାଇଦ୍ରାବାଦ ପକ୍ଷରୁ ଟି.ନଟରାଜନ, ଭୁବନେଶ୍ବର କୁମାର, ପାଟ କମିନ୍ସ,,ଶେହବାଜ ଅହମ୍ମଦ ଓ ଜୟଦେବ ଉନାଡକଟ୍ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

 

ସମ୍ବନ୍ଧିତ ଖବର